ପୁରୀ : ଶନିବାର ବିଳମ୍ୱିତ ରାତିରେ ଶ୍ରୀମନ୍ଦିର ରୋଷଘର ସର ଘରେ ନିଆଁ ଲାଗିଥିବା ଚର୍ଚ୍ଚା ହେଉଛି । ଯଦ୍ୱାରା ସର ଘରେ ଥିବା ଚାଉଳ ଓ ଅନ୍ୟାନ୍ୟ ସାମଗ୍ରୀ ପୋଡ଼ି ଯାଇଥିବା ଶୁଣିବାକୁ ମିଳିଛି ।
ମିଳିଥିବା ସୂଚନା ମୁତାବକ, ଶନିବାର ବିଳମ୍ୱିତ ରାତିରେ ଯମୁନା କୁଅ ନିକଟରେ ଥିବା ସର ଘରେ ନିଆଁ ଲାଗିଥିବା ଚର୍ଚ୍ଚା ହୋଇଥିଲା । ଏହି ନିଆଁ ଲାଗିବା ସମ୍ପର୍କରେ ସିଂହଦ୍ବାର ଅଗ୍ନିଶମକୁ ଖବର ଦିଆଯାଇଥିଲା । କିନ୍ତୁ ଅଗ୍ନିଶମ ବିଭାଗ ପହଞ୍ଚିବା ବେଳକୁ ସମ୍ପୃକ୍ତ ସୁଆର ମହାସୁଆର ସେବକମାନେ ନିଆଁକୁ ଆୟତ କରିସାରିଥିଲେ । ଫଳରେ ଅଗ୍ନିଶମ ବିଭାଗକୁ ନିରାଶ ହୋଇ ଫେରିଥିଲେ । ତେବେ ଏ ସମ୍ପର୍କରେ ସୁଆର ମହାସୁଆର ନିଯୋଗ ସଭାପତି ନାରାୟଣ ମହାସୁଆରଙ୍କୁ ଯୋଗାଯୋଗ କରିଥିଲେ ବି ତାଙ୍କ ମତାମତ ମିଳିପାରିନାହିଁ । ଅନ୍ୟ ସୁଆର ମହାସୁଆର ସେବକ କିନ୍ତୁ ଏଭଳି ଘଟଣା ଘଟିଥିବା ସ୍ବୀକାର କରୁଛନ୍ତି ।
