ବିରୋଧି, ବିଜେପି, କଂଗ୍ରେସ, ଅଯୋଗ୍ୟ : ଶାସକ ବିଜେଡି ଅସହାୟ, ବିଧାୟକଙ୍କ ପରେ କାଉନସିଲର

ସୋର : ସୋରରେ ସରକାରୀ କର୍ମଚାରୀଙ୍କ ରାଜୁତି କେମିତି ଚାଲିଛି ଗତ କିଛିଦିନ ପୂବରୁ ସୋର ବିଧାୟକ ଜେଇଙ୍କୁ ଗୁହାରି କରିବା ଥିଲା ତାର ଏକ ଲଙ୍ଗଳା ଛବି । ଆଉ ଏବେ ଶାସକ ଦଳର ୨ କାଉନସିଲର ଓ କେଇଜଣ ଆଗ ଧାଡିର ନେତା ସୋର ଡାକ୍ତରଖାନାରେ ଧାରଣାରେ ବସିବା, ମେଡିକାଲ ସୁପରିଟେଣ୍ଡ ପ୍ରାଇଭେଟ କ୍ଲିନିକିରେ ବସିବା ତାର ଅନ୍ୟ ଏକ ଉଦାହରଣ । କିନ୍ତୁ ଶାସକ ଦଳର ହେଲେ ବି ସିଡିଏମଓଙ୍କୁ କେମିତି ଆଣ୍ଠେଇ ଦିଆଯାଇ ପାରେ ଆଉ ସୋରର ଅଯୋଗ୍ୟ ମେଡିକାଲ ସୁପରିଟେଣ୍ଡ ନାୟକକୁ କେମିତି ବେଇଜ୍ଜତ କରିହେବ ତାହା କରିଦେଖେଇଛନ୍ତି ଏଇ ବିଜେଡି ନେତା । ଅନ୍ୟପଟେ ବିଜେପି କଂଗ୍ରେସ ଅଯୋଗ୍ୟ ବୋଲି ଲୋକ ଜାଣିସାରିଛନ୍ତି । ନହେଲେ ସୋରର ମାଳ ମାଳ ସମସ୍ୟା ଥିଲେବି ମୁହଁ ଲୁଚା ଦେଇ ନିରବ ରହିଥାଆନ୍ତେ, ନିର୍ବାଚନ ଆସିଲେ ବଡ ବଡ କଥା କହୁଥିବା ନେତା ଲୋକଙ୍କ ପାଇଁ କେତେ କାନ୍ଦୁଛନ୍ତି ତାହା ଅବଶ୍ୟ ଏବେ ଜଣା ପଡୁଛି । ତେବେ ସୋର ତଥା ଆଖ ପାଖ ୫ଟି ବ୍ଲକର ଲୋକଙ୍କ ଭରଷା ସାଜିଥିବା ସୋର ମେଡିକାଲରେ ଡକ୍ଟର  ନାୟକ ସୁପରିଟେଣ୍ଡେଣ୍ଟ ଦାଇତ୍ବ ନେବା ପରଠୁ ଏଇ ମେଡିକାଲରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଇଛି । ଏମିତିକି ସୋର ଡାକ୍ତରଖାନାର ବହୁ ସାମଗ୍ରୀ ବିକ୍ରି କରିଦିଆଯିବା ସହ, ସଫେଇ କରୁଥିବା ଠିକା ସଂସ୍ଥା ପାଖରୁ ମାସିକିଆ ଚାନ୍ଦା ନେବାରୁ ସମ୍ପୃକ୍ତ ସଂସ୍ଥା ନିମ୍ନ ମାନର ସଫେଇ କରିବା ଅଭିଯୋଗ, ଡାକ୍ତର ନର୍ଷମାନେ ଏସିରେ ବସି କୁଲ କୁଲରେ ରହୁଥିବା ବେଳେ ରୋଗିମାନେ ସାଧାରଣ ଫ୍ୟାନ ସୁବିଧାରୁ ବଞ୍ଚିତ ହୋଇ ଝାଳରେ ଲୁଗାପଟା ଉଦା ହୋଇଯାଉଛି । ଠିକ୍ ସେଇଭଳି କିଛି ଜଣ ଅଣଗୁରିଆ ଡାକ୍ତର ସାଧାରଣ ଲୋକଙ୍କୁ ତାଙ୍କ ଚାକର ବାକର ଭଳି ବ୍ୟବହାର କରିବା ଓ ସରକାରୀ ଔଷଧ ଥିଲେ ମଧ୍ୟ ବାହରୁ ଔଷଧ ଲେଖି ହଇରାଣ କରିବା ଭଳି ଅଭିଯୋଗ କରି ଧାରଣାରେ ବସିଥିଲେ । ତେବେ ଆଜି ସେ ସମ୍ପର୍କରେ ଆଲୋଚନା ହୋଇଥିବା ବେଳେ ବିଜେଡିର ଦୁଇଜଣ କାଉନସିଲର ଓ ଜଣେ କାଉନସିଲରଙ୍କ ସ୍ୱାମୀଙ୍କ ସହ ବିଜେଡିର ଆଗଧାଡିର ନେତା ଓ କର୍ମି ସାମିଲ ହୋଇ ଉପସ୍ଥିତ ସିଡିଏମଓ, ଏଡିଏମଓ, ସୋର ମୁନିସପାଲିଟି ଅଧିକାରୀ ଓ ଏଡିଏମଓ ଜେନରାଲଙ୍କ ସହ ଆଲୋଚନା କରି ଏଇ ସବୁ ସମସ୍ୟାର ସମାଧାନ ପାଇଁ ଦାବି କରିଥିଲେ । ତେବେ ଏଇ ଦାବି ଆସନ୍ତା ୧୫ ଦିନ ମଧ୍ୟରେ ସମାଧାନ ହେବା ସହ ଏକ୍ସରେ ମେସିନ ଚୋରି ଘଟଣାର ତଦନ୍ତ କରାଯିବାର ପ୍ରତିଶ୍ରୁତି ଦେଇଥିଲେ । ତେବେ ମିଛ କହିବାର ଡିଗ୍ରି ହାସଲ କରିଥିବା ସିଡିଏମଓ ବାଲେଶ୍ବର କେବେ ସମାଧାନ କରୁଛନ୍ତି କି ନା ତାହା ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *