ନିନ୍ଦିତ ରେକର୍ଡର ଅଧିକାରୀ ହେଲା କଟକ, ଆତ୍ମହତ୍ୟାରେ ପ୍ରଥମ ସ୍ଥାନରେ କଟକ

କଟକ : ଆତ୍ମହତ୍ୟାରେ ପ୍ରଥମ ସ୍ଥାନରେ କଟକ । ଏଭଳି ଏକ ନିନ୍ଦିତ ରେକର୍ଡ ହାସଲ କରିଛି କଟକ । ଗତ ଦୁଇବର୍ଷ ହେଲା ଏଭଳି ସ୍ଥିତି ଏବେ ଉଦ୍‌ବେଗରେ କାରଣ ହୋଇଛି । ବଢୁଥିବା ମାନସିକ ଚାପ, ଅବଶାଦ ଯୋଗୁଁ ଏଭଳି ଘଟଣା ଘଟୁଛି ବୋଲି ମାନସିକ ବିଶେଷଜ୍ଞ କହୁଛନ୍ତି । ଜୀବନଚର୍ଯ୍ୟାରେ ପରିବର୍ତ୍ତନ, ଯୋଗୁଁ ଅଥବା ବ୍ୟାୟାମକୁ ଗୁରୁତ୍ୱ ନ ଦେଲେ ଏ ସଂଖ୍ୟା ହୁଏତ ଆଗକୁ ବଢି ଚାଲିବ ବୋଲି ସତର୍କ କରାଇଛନ୍ତି ବିଶେଷଜ୍ଞ ।

୨୦୨୧ ରେ କଟକରେ ମୋଟ୍‌ ୮୭୭ ଜଣ ଆତ୍ମହତ୍ୟା କରିଥିଲେ । ଏଥିରୁ ବିଷ ଖାଇ ୩୫୬ ଜଣ ଆତ୍ମହତ୍ୟା  କରିଥିବାବେଳେ ପାଣି ବୁଡି ୨୭ ଜଣ, ନିଆଁରେ ପୋଡି ହୋଇ ୧୪୩ ଜଣ, ଫାଶି ଲଗାଇ ୩୪୯ ଜଣ, ଯୌତୁକ ଜନିତ ଆତ୍ମହତ୍ୟାରେ ଦୁଇ ଜଣଙ୍କର ଜୀବନ ଯାଇଥିଲା । କଟକ ପଛକୁ ସମ୍ବଲପୁର ରହିଛି । ସମ୍ବଲପୁର ଜିଲ୍ଲାରେ ମୋଟ୍‌ ୫୯୮ ଜଣ ଆତ୍ମହତ୍ୟା କରିଥିଲେ । ତୃତୀୟ ବ୍ରହ୍ମପୁର ସହର ଥିବାବେଳେ, ସେଠାରେ ୩୨୩ ଜଣ ଆତ୍ମହତ୍ୟା କରିଥିଲେ ।

ସେହିଭଳି ୨୦୨୦ରେ କଟକରେ ମୋଟ ୫୬୩ ଜଣ ଆତ୍ମହତ୍ୟା କରିଥିଲେ । ସେମାନଙ୍କ ମଧ୍ୟରୁ ବିଷ ଖାଇ ୪୧୯ ଜଣ ଆତ୍ମହତ୍ୟା କରିଥିବା ବେଳେ ନିଆଁରେ ପୋଡ଼ି ହୋଇ ୩୮ଜଣ, ଫାଶି ଲଗାଇ ୧୦୧ ଜଣ ଓ ଯୌତୁକ ଜନିତ ୫ ଜଣ ଆତ୍ମହତ୍ୟା କରିଛନ୍ତି । ସେହି ଏ ବର୍ଷ ବି ଆତ୍ମହତ୍ୟାରେ କଟକ ପ୍ରଥମ ସ୍ଥାନରେ ଥିବା ବେଳେ ଦ୍ୱିତୀୟରେ ସମ୍ବଲପୁର ଜିଲ୍ଲା ରହିଛି । ସମ୍ବଲପୁରରେ ମୋଟ ୫୧୬ ଜଣ ଆତ୍ମହତ୍ୟା କରିଛନ୍ତି । ତୃତୀୟରେ ମୟୂରଭଞ୍ଜ ଜିଲ୍ଲା ଥିବା ବେଳେ ସେଠାରେ ୩୫୦ ଜଣ ଆତ୍ମହତ୍ୟା କରିଥିଲେ ।

Leave a Reply

Your email address will not be published. Required fields are marked *