ରାଜ୍ୟରେ ୬ ରୁ ପ୍ରବଳ ବର୍ଷା ଆକଳନ

ଭୁବନେଶ୍ୱର : ରାଜ୍ୟରେ ୫ ରୁ ପୁଣି ବର୍ଷିବ ମୌସୁମୀ । ୬ ରୁ ପ୍ରବଳ ବର୍ଷା ଆକଳନ । ଆସନ୍ତାକାଲି ରାଜ୍ୟର ୧୩ ଜିଲ୍ଲାରେ ବର୍ଷା ସମ୍ଭାବନା । ବିଶେଷ କରି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର ଓ କେନ୍ଦୁଝର ଆଦି ୧୩ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟପଟେ ୧ ଜୁନ୍‌ରୁ ୨ ଅଗଷ୍ଟ ଯାଏ ରାଜ୍ୟରେ ସର୍ବମୋଟ ୫୧୬.୩ ମିଲି ମିଟର ବର୍ଷା ହୋଇଯାଇଛି ।

ଭାରତୀୟ ପାଣିପାଗ ବିଭାଗ ଆକଳନ ଅନୁଯାୟୀ, ଅଗଷ୍ଟ ଓ ସେପ୍ଟେମ୍ବରରେ ଆଗାମୀ ଦୁଇ ମାସ ରାଜ୍ୟରେ  ନିଅଣ୍ଟିଆ ବର୍ଷା ହେବ । ଅଗଷ୍ଟରେ ନିଅଣ୍ଟିଆ ବର୍ଷା ସମ୍ଭାବନା ୪୦ ଶତକଡା ।

ସେପ୍ଟେମ୍ବରରେ ବି ନିଅଣ୍ଟିଆରୁ ମୁକୁଳିବା ଆଶା କରାଯାଉ ନାହିଁ । ଯଦି ପୂର୍ବାନୁମାନ ସତ ହେଲା ରାଜ୍ୟରେ ବିଲ ଶୁଖିଯିବ । ଚାଷୀ ବିପଦରେ ପଡିଯିବ । ଦକ୍ଷିଣ ପଶ୍ଚିମ ମୌସୁମୀର ଦ୍ୱିତୀୟ ଭାଗ  ଓ ଅଗଷ୍ଟ ମାସ ପାଇଁ ଆଇଏମଡି ଗତକାଲି ବିସ୍ତୃତ ପୂର୍ବାନୁମାନ ଜାରି କରିଥିଲା । ଏହି ପୂର୍ବାନୁମାନ ଅନୁସାରେ ଦେଶରେ ଅଗଷ୍ଟ ଓ ସେପ୍ଟେମ୍ବର ଦୁଇ ମାସ ମୌସୁମୀ ବର୍ଷା ସ୍ୱାଭାବିକ ରହିବ ।

Leave a Reply

Your email address will not be published. Required fields are marked *