ମାତିଛନ୍ତି ବ୍ୟାଟେରୀ ଚୋର ରାକେଟ୍ : ଝାଡ଼ଖଣ୍ଡରୁ ଉଦ୍ଧାର ହେଲା ୩୦ ବ୍ୟାଟେରୀ, ୨ ଅଭିଯୁକ୍ତ ଗିରଫ

ବଡବିଲ : ଝାଡ଼ଖଣ୍ଡ, ଚାଇଁବସାରୁ ୩୦ଟି ଚୋରି ବ୍ୟାଟେରୀ ଉଦ୍ଧାର କରିବା ସହ ଘଟଣାରେ ସଂପୃକ୍ତ ୨ଅଭିଯୁକ୍ତଙ୍କୁ ଗିରଫ୍ କରିଛି ବଡ଼ବିଲ ପୋଲିସ୍ । ସୀମାବର୍ତ୍ତୀ ନାଲଦା ସ୍ଥିତ ବିକାନ ଇଲେକ୍ଟ୍ରିକାଲ୍ସ ଦୋକାନର ତାଲା ଭାଙ୍ଗି ଏସବୁ ବ୍ୟାଟେରୀ ଚୋରି ହୋଇଥିବା ନେଇ ଦୋକାନ ମାଲିକ ଏମ ଡି ଜାଲିନ୍ ବଡ଼ବିଲ ଥାନାରେ ଅଭଯୋଗ କରିଥିଲେ ।

ପୋଲିସ୍ ତତ୍ପରତା ପ୍ରକାଶ କରି ସିସିଟିଭି ଫୁଟେଜ ଆଧାରରେ ଛାନଭିନ୍ ଆରମ୍ଭ କରିଥିଲା । ଫଳରେ ଅଭିଯୁକ୍ତ ସମ୍ପର୍କରେ ପତ୍ତା ଲଗାଇଥିଲା । ତେବେ ଝାଡ଼ଖଣ୍ଡ ଚାଇଁବସାରେ ବ୍ୟାଟେରୀ ଗୁଡ଼ିକୁ ବିକ୍ରୟ କରିବା ପୂର୍ବରୁ ହିଁ ବ୍ୟାଟେରୀ ବୋଝେଇ ଗାଡ଼ି ସହ ଅଭିଯୁକ୍ତ ଦ୍ୱୟଙ୍କୁ ମାଡିବସିଥିଲା ପୋଲିସ୍ । ଗିରଫ ୨ ଅଭିଯୁକ୍ତ ହେଲେ, ବଡ଼ବିଲ ବରକତ ନଗର ଅଞ୍ଚଳର ଏମ ଡି ସାହିଦ୍ ଓ ଏମଡି ତବରେଜ୍ ।

Leave a Reply

Your email address will not be published. Required fields are marked *