ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକ ଉପକରଣ ନିରୂପଣ ଶିବିର

ବାଲିଆପାଳ : ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ମଙ୍ଗଳବାର ବାଲିଆପାଳ ବ୍ଲକ ପରିସରରେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକ ଉପକରଣ ନିରୂପଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୋଟ ୭୧୮ ଜଣଙ୍କ ନାମ ପଞ୍ଜିକୃତ ହୋଇଥିବା ବେଳେ, ସେମାନଙ୍କ ମଧ୍ୟରୁ ୭୦୨ ଜଣଙ୍କୁ ଚିହ୍ନଟ କରାଯାଇଛି । ଶିବିରକୁ ସାମାଜିକ ସୁରକ୍ଷା ଅଧିକାରୀ ଜିନା ରାଣୀ ପାଢ଼ୀ ପରିଚାଳନା କରିଥିଲେ । ଚିକିତ୍ସକ, ଅଙ୍ଗନୱାଡି କର୍ମୀ, ଜନସେବା କେନ୍ଦ୍ର କର୍ମୀ ପ୍ରମୁଖ ଏଥିରେ ସହଯୋଗ କରିଥିଲେ । ଶିବିରରେ ଅନେକ ଅବ୍ୟବସ୍ଥା ହୋଇଥିଲା ।

Leave a Reply

Your email address will not be published. Required fields are marked *