ବାଲିଆପାଳ : ମୋବାଇଲ ବ୍ୟବହାର କରିବାକୁ ବାରଣ କରିବାରୁ ବିଷ ପିଇ ଆତ୍ମ ହତ୍ୟା କଲେ ଦଶମ ଶ୍ରେଣୀର ଛାତ୍ରୀ । ତେବେ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲିଆପାଳ ଥାନା ଅଧୀନ ବାଲିକୁଟୀ ଗ୍ରାମରେ । ସୂଚନାରୁ ପ୍ରକାଶ ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅଧୀନ ବାଲିକୁଟି ଗ୍ରାମର ଅଶ୍ୱିନୀ କୁମାର ଦଳାଇଙ୍କର ୧୬ ବର୍ଷର ନାବାଳିକା ଝିଅ ଗୀତାଞ୍ଜଳି ଦଶମ ଶ୍ରେଣୀରେ ପାଠ ପଢୁଥିଲା ବେଳେ ପରିବାର ପକ୍ଷରୁ ତାଙ୍କୁ ମୋବାଇଲ ବ୍ୟବହାର କରିବାକୁ ବାରମ୍ବାର ବାରଣ କରି ଆସୁଥିଲେ । ମାତ୍ର ଗୀତାଞ୍ଜଳି ପରିବାରର ଏପରି ବାରଣରେ ନିଜର ମାନସିକ ଭାରସାମ୍ୟ ହରାଇ ବସିବା ସହିତ ବିଷପିଇ ଜୀବନ ହାରିବାକୁ ଉଦ୍ୟମ କରିଥିବା ବେଳେ ଘରଲୋକ ଜାଣିପାରି ତାଙ୍କୁ ବାଲିଆପାଳ ଇଡ୍କୋ ହସ୍ପିଟାଲ ନେଇଥିଲେ, ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଆଜି ଗୀତାଞ୍ଜଳି ମୋବାଇଲ ବ୍ୟବହାର କରିଥିଲା ବେଳେ ପରିବାର ଲୋକ ଜାଣିପାରି ବାରଣ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ନାବାଳକା ଜଣକ ଘରେ କେହି ନଥିଲା ବେଳେ ବିଷ ପିଇ ଦେଇଥିଲେ । ବାଲିଆପାଳ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରୀ ରଖିଛି ।
