ଭଦ୍ରକ : ଶ୍ରାବଣ ମାସ ଶେଷ ହେବାକୁ ବସିଲାଣି ନିଅଣ୍ଟିଆ ବର୍ଷା ଯୋଗୁ ଭଦ୍ରକ ଜିଲ୍ଲାରେ ସମସ୍ତ ବ୍ଲକରେ ମରୁଡି ଭଳି ସମସ୍ୟା ସୃଷ୍ଟି ହେଲାଣି । ଗତ ଲଘୁଚାପରେ ଭଦ୍ରକ ଜିଲ୍ଲାରେ ସେମିତି କୌଣସି ବଡ଼ ଧରଣର ବର୍ଷା ହେଇନଥିବା ବେଳେ ଚଳିତ ସପ୍ତାହରେ ହଠାତ ପାଗ ଶୁଖିଲା ହେବା ସହିତ ଉତ୍ତାପ ବୃଦ୍ଧି ପାଇଛି ।

ଯାହା ଫଳରେ ଚାଷ ଜମି ଫାଟି ଆଁ କରିଥିବା କରିଥିବା ବେଳେ ବିହନ ତଳି ମରିବାକୁ ବସିଲାଣି, ଯାହାକୁ ନେଇ ଚିନ୍ତାରେ ଭଦ୍ରକ ଜିଲ୍ଲାର ଚାଷୀ । ଜିଲ୍ଲାରେ ଅନେକ ବାହାପିଆ କାଢ଼ୁଆ ନେତା ବିକାଶର ବାହାସ୍ପଟ ମାରୁଥିବା ବେଳେ ଜିଲ୍ଲାରେ ଜଳସେଚନର ସୁବିଧା ନ ହେଇ ପାରିବା ନେତାଙ୍କ ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛି । କିନ୍ତୁ ଏଭଳି ଏକ ବିପର୍ଯୟ ସମୟରେ ଏହି ବାହାପିଆ ନେତାଙ୍କ ନିଜର ମାସିକ ବେତନ ବୃଦ୍ଧି ପାଇଁ ବିରୋଧୀ ଓ ଶାସକ ଏକତ୍ରିତ ହୋଇ ଦାବି କରିବା ଏକ ବିଚିତ୍ର ଚିତ୍ର ଦେଖିବାକୁ ମିଳିଥିଲା । ଧନ୍ୟ କହିବ ଆମ ରାଜ୍ୟର ରାଜନେତାଙ୍କୁ ସେବା ନାଁ ରେ ରାଜନୀତି କରି ଲୋକଙ୍କ ବିପଦ ସମୟରେ ନିଜ ସ୍ୱାର୍ଥ ପାଇଁ ଏକତ୍ରିତ ହୋଇ ଦାବି କରିବା ।
