ପିଇବା ସମୟରେ ଫୃଟିରୁ ବାହାରିଲା ପୋକ

ବାଲିପାଟଣା : ଥଣ୍ଡା ପାନୀୟ ପ୍ୟାକରେ ପୋକ । ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ନରଦା ବଜାରରେ ଏଭଳି ଦୃଶ୍ୟ ଦେଖିବାକୁ  ମିଳିଛି ।

ଖବର ଅନୁଯାୟୀ, ସୋମବାର ସଂଧ୍ୟାରେ ନରଦାର ମୀର ଏନାଥ ଅଲ୍ଲୀ ନିଜ ନାତୁଣୀ ପାଇଁ ଏକ କାଗଜ ପ୍ୟାକ୍ (frooti) କିଣି ଫ୍ରିଜରେ ରଖିଥିଲେ । ଆଜି ତାଙ୍କ ନାତୁଣୀକୁ ଥଣ୍ଡା ପିଇବାକୁ ଦେଇଥିଲେ । ଝିଅଟି ଥଣ୍ଡା ପିଇବା ବେଳେ ଏକ ପୋକ ପାଇପ୍ ରେ ଆସି ପାଟିରେ ଲାଗିଥିଲା । ଥଣ୍ଡାରେ ଏଭଳି ପୋକ  ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି କରିଛି । ପ୍ରତ୍ୟେକ ଦିନ ଏହିଭଳି ଥଣ୍ଡାକୁ ଛୋଟ ଛୋଟ ପିଲାମାନେ ଆଗ୍ରହର ସହିତ ପିଅନ୍ତି । ତେବେ ଏହି ଥଣ୍ଡା କେତେ ସୁରକ୍ଷିତ ? କିଭଳି ପରିସ୍ଥିତିରେ ଏଭଳି ଥଣ୍ଡା ପ୍ରସ୍ତୁତ ହେଉଛି ? ଜନସ୍ୱାସ୍ଥ୍ୟ ଅଧିକାରୀ କାହିଁକି ଉଚିତ ପଦକ୍ଷେପ ନେଉନାହାନ୍ତି ? ଏଭଳି ଅନେକ ପ୍ରଶ୍ନ ସାଧାରଣ ରେ ସୃଷ୍ଟି ହେଉଛି ।

Leave a Reply

Your email address will not be published. Required fields are marked *