ବାଲିଆପାଳ : ବାଲିଆପାଳ ଚଉମୁଖ ଠାରେ ପ୍ରସ୍ତାବିତ ସୁବର୍ଣ୍ଣରେଖା ବନ୍ଦର ନିର୍ମାଣ କାର୍ଯ୍ୟକୁ ତ୍ଵରାନିତ କରିବା ପାଇଁ ବିଭିନ୍ନ ସଙ୍ଗଠନ ପକ୍ଷରୁ ପ୍ରଶାସନକୁ ପ୍ରଯ୍ୟାୟ କ୍ରମେ ଦାବି ପତ୍ର ପ୍ରଦାନ କରାଯାଉଛି । ଏହି ପରିପ୍ରେକ୍ଷୀରେ ସୋମବାର ସେହିପରି ସୁବର୍ଣ୍ଣରେଖା ବନ୍ଦର କ୍ରିୟାନୁଷ୍ଠାନ କମିଟିର ସଭାପତି ବିଧାନ ଜେନାଙ୍କ ନେତୃତ୍ୱରେ ସୁବର୍ଣ୍ଣରେଖା ବନ୍ଦର କାର୍ଯ୍ୟକୁ ତ୍ଵରାନିତ କରିବା ପାଇଁ ବାଲିଆପାଳ ତହସିଲଦାରଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
ଦାବିପତ୍ର ପରେ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଜେନା କହିଥିଲେ ଯେ ସରକାରଙ୍କୁ ଚାପ ପକାଇବାର ପ୍ରୟାସ ଜାରି ରଖିବୁ ଯେ ପର୍ଯ୍ୟନ୍ତ କାର୍ଯ୍ୟର ଅଗ୍ରଗତି ନ ହୋଇଛି। ଆଜି ବାଲିଆପାଳ ବ୍ଲକର ବିଭିନ୍ନ ଅଂଚଳରୁ ଚାଳିଶ ପଚାଶ ଜଣ ଯୁବକ ବାଲିଆପାଳ ବ୍ଲକ ସମ୍ମୁଖରୁ ଦିନ ଏଗାରଟା ସମୟରେ ଏକ ଶୋଭାଯାତ୍ରାରେ ବାହାରି ଥିଲେ । ବନ୍ଦର ବିରୋଧୀଙ୍କୁ ହାଇ ହାଇ ସହିତ ବାଲିଆପାଳର ବିକାଶ ଆମର ଦାବି ସହିତ ବିଭିନ୍ନ ନାରାବାଜି ଦେଇ ବାଲିଆପାଳ ତହସିଲ ସମ୍ମୁଖରେ ପହଞ୍ଚିଥିଲେ । ତହସିଲ ସମ୍ମୁଖରେ କିଛି ସମୟ ପାଇଁ ପଥପ୍ରାନ୍ତ ସଭା କରଯାଇଥିଲା । ସଭା ଶେଷରେ ସୁବର୍ଣ୍ଣରେଖା ବନ୍ଦର କ୍ରିୟାନୁଷ୍ଠାନ କମିଟିର ସଭାପତି ଶ୍ରୀ ଜେନାଙ୍କ ସହିତ କମିଟିର ଅନ୍ୟ ସଦସ୍ୟମାନେ ତହସିଲ ପରିସରରେ ଥିବା ତହସିଲଦାରଙ୍କ ଦପ୍ତରରେ ବାଲିଆପାଳ ବିଡ଼ିଓ ଦୀପକ କୁମାର ଦାସଙ୍କୁ ଏକ ଦାବିପତ୍ର ପ୍ରଦନ କରିଥିଲେ ।

ଆଇନ ଶୃଙ୍ଖଳା ପରିସ୍ଥିତିକୁ ଆଖି ଆଗରେ ରଖି ବାଲିଆପାଳ ଥାନା ଭରପ୍ରାପ୍ତ ଅଧିକାରୀ ସୁବ୍ରତ ବେହେରା ଏକ ପ୍ଲାଟୁନ ଫୋର୍ସ ସହିତ ସୁବର୍ଣ୍ଣରେଖା ବନ୍ଦର ସପକ୍ଷ ବାଦୀ ଆନ୍ଦୋଳନ କାରୀଙ୍କ ସହିତ ବ୍ଲକ ଛକରୁ ତହସିଲ ଅଫିସ ପର୍ଯ୍ୟନ୍ତ ରହି ଶୃଙ୍ଖଳା ପ୍ରତି ନଜର ରଖିଥିଲେ ।ତେବେ ବାରମ୍ବାର ଏପରି ସପକ୍ଷ ବାଦୀଙ୍କ କାର୍ଯ୍ୟକୁ କେହି ସହଯୋଗ କରୁ ନ ଥିବାର ଜଣାଯାଇଛି । କାରଣ ଯଦି ବନ୍ଦର ସପକ୍ଷରେ ଲୋକମାନେ ଥାଅନ୍ତେ ତେବେ କେତେବେଳେ ଦଶ ଜଣ ତ କେତେବେଳେ ପାଞ୍ଚ ସାତ ଜଣ । ଏଥର ଟିକିଏ ଅଧିକ ହୋଇଛନ୍ତି । ବନ୍ଦର କର୍ତ୍ତୃପକ୍ଷ ଟଙ୍କା ଦେଇ ଏପରି କରୁଛନ୍ତି ବୋଲି ସର୍ଵ ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି ।
