ଧନିଙ୍କର ଉଖାଡିଲେ ଗରିବଙ୍କୁ ଉଠେଇଲେ: ଭାଡୁଆ ନେତାଙ୍କ ମାଧ୍ୟମରେ ଅର୍ଥ କାରବାର ଅଭିଯୋଗ

ସୋର: ମାର ମାର ଭଣ୍ଡାରିଆକୁ ମାର ନ୍ୟାୟରେ ସୋର ତହସିଲଦାର ଓ ମୁନିସପାଲିଟି ଅଫିସର । ସୋର ଷ୍ଟେସନ ଛକରୁ ଷ୍ଟେସନକୁ ୪ ଲାଇନ ବିଷିଷ୍ଟ ରାସ୍ତା କରିବା ପାଇଁ ପୂର୍ତ୍ତବିଭାଗ ୨ କୋଟି ୬୭ ଲକ୍ଷ ଟଙ୍କା ବରାଦ କରିଥିବା ବେଳେ ଅଦ୍ୟାବଧି  ଜବର ଦଖଲ ପାଇଁ କାମ ଆରମ୍ଭ ହୋଇପାରି ନଥିଲା । ତେବେ ଏଇ ରାସ୍ତା ହେବାପାଇଁ ଥିବା ସରକାରୀ ଯାଗାକୁ ଜବର ଦଖଲ କରିଥିବା ଲୋକଙ୍କୁ ହଟାଇବାକୁ ତା୦୧-୦୮-୦୨୨ ରିଖ ସୋମବାର ସୋର ତହସିଲଦାର,ସୋର ମୁନିସ ପାଲିଟି ଅଧିକାରୀ ,  ସୋର ପୋଲିସ ଓ ପୁର୍ତ୍ତବିଭାଗ ଉଚ୍ଛେଦ କରୁଥିବା ବେଳେ ଗରିବ ପାନ ଚାହା ଦୋକାନ ଓ ରାସ୍ତା କଡରେ ଦିର୍ଘଦିନରୁ ଭୁଇଁ ପହ୍ଲା କରି ରହିଥିବା ଆଦିବାସିଙ୍କୁ ଉଚ୍ଛେଦ କରିଥିଲେ I କିନ୍ତୁ ସରକାରଙ୍କ ମୁଲ୍ୟବାନ ସ୍ଥାନକୁ ଜବର ଦଖଲ କରି ବଡ ବଡ ବିଲ୍ଡିଂ କରି ଭଡା ଦେଇ ଟଙ୍କା ରୋଜଗାର କରୁଥିବା ବ୍ୟକ୍ତିଙ୍କ ପିଣ୍ଡା ଉଖାଡିବା ଆଉ କେହିଜଣଙ୍କ ବିଲ୍ଡିଂରେ ହାତ ମାରିନଥିଲେ I ତେବେ ଏଭଳି ପାତର ଅନ୍ତର କରି ବଡ ବଡିଆଙ୍କୁ ଛାଡିଦେଲେ କାହିଁକି ବୋଲି ପ୍ରଶ୍ନ ଉଠିଛି । ମିଳିଥିବା ସୂଚନା ମୁତାବକ ଏଥିରେ ଦୁଇଜଣ ଭାଡୁଆ ପେଟିନେତା ୧୦ ଲଖ୍ୟରୁ ଉର୍ଦ୍ଧ ଟଙ୍କା କାରବାର କରି ସେଇ ବଡ ବଡିଆଙ୍କ ବିଲ୍ଡିଂକୁ ପଛପଟେ ରହି ସୁରଖ୍ୟା ଦେଇଛନ୍ତି  । ତେବେ ସେଇ ନେତା ମାନେ ସେଇ ପକ୍କାଘର ଗୁଡିକୁ ନଭାଙ୍ଗିବାକୁ ଟଙ୍କା ନେଇ ୨ ଅଧିକାରିଙ୍କୁ ଦେବାକଥା ଶୁଣିବାକୁ ମିଳିଥିବା ବେଳେ ଆଜି ସେଇ ବିଲ୍ଡିଂ ଗୁଡିକୁ ନଭାଙ୍ଗି ସୁରକ୍ଷା ଦେବା କଉଠିନା କଉଠି ପ୍ରମାଣିତ କରୁନିକି ଅର୍ଥକାରବାରର ସତ୍ୟତାକୁ । ତେବେ ନିର୍ଦିଷ୍ଟ ଭାବେ ଉଚ୍ଛଅଟାଳିକା ଗୁଡିକୁ ସୁରକ୍ଷା ଦେଇ ଖାଲି ପିଣ୍ଡା ତାଡି ତହସିଲଦାର ଓ ମୁନିସ ପାଲିଟି ଅଫିସର ପଳେଇଆସିଥିବା ବେଳେ ରାସ୍ତା କଡରେ ଥିବା ଗରିବ ପାନ ଚାହା ଦୋକାନି ଓ ଆଦିବାସିଙ୍କୁ ଉଛେଦ କରିବା ଓ ଆଗାମି ଦିନରେ ସମ୍ପୂର୍ଣ୍ଣ ଭାବେ ଆଦିବାସିଙ୍କୁ ତଡିଦେବାର ଧମକ ଦେବା କେତେ ଯୁକ୍ତି ଯୁକ୍ତ । ଗୋଟେ ପଟେ ସରକାର ଜଣେ ଆଦିବାସି ମହିଳାଙ୍କୁ ଦେଶର ପ୍ରଥମ ନାଗରିକ କରିଥିବା ବେଳେ ଅନ୍ୟପଟେ ସୋରରେ ସେଇ ସଂମ୍ପ୍ରଦାୟର ନିରିହ ପଢାଶୁଣା ଯାଣିନଥିବା ବ୍ୟକ୍ତିଙ୍କୁ ସ୍ଥାଇ ବାସଗୃହ ନଦେଇ ଉଚ୍ଛେଦ କରିବା କଣ ଠିକ୍ ! ନିର୍ବାଚନ ବେଳେ ସିକେଇ ବୁଝେଇ ଭୋଟନେଇଥିବା ନିଲଠା ନେତା କାହା କୋଳରେ ବସି ଗେହ୍ଲ ହେଉଛନ୍ତି ? ଅସୁବିଧା ବେଳେ କାହିଁକି ଲୁଚିପଡିଲେ ଏ ନେତାଏ  ତେବେ  ଉଚ୍ଛେଦ ଠିକ ଭାବେ ନହୋଇ ପାତର ଅନ୍ତକରି ଉଚ୍ଛେଦ କରିଥିବା ଦେଖିବାକୁ ମିଳିଥିଲା ବେଳେ ଭୋଟନେଇଥିବା ନେତାଙ୍କ ନିରବତା ସନ୍ଦେହର ପାହାଡ ଶ୍ରୁଷ୍ଟି କରିଛି । ସବୁପରେ ସରକାରୀ ଯାଗା ଜବର ଦଖଲ କରିଥିବା ଜବର ଦଖଲ କାରୀଙ୍କୁ ଉଛେଦ ନକରି ରାସ୍ତାକଡ ଦୋକାନିଙ୍କୁ ଉଠେଇବା  କଉଠିନା କଉଠି ସୋର ତହସିଲଦାର ଓ ମୁନିସ୍ ପାଲିଟିଅଧରକାରୀଙ୍କ ଭୂମିକା ବଡଧରଣର ଅର୍ଥକାରବାର ଆଡିକି ଅଙ୍ଗୁଳି ନିର୍ଦେଶ କରୁଥିବା ବେଳେ ଜିଲ୍ଲା ପାଳ ନହେଲେ ଭିଜିଲାନ୍ସ ତଦନ୍ତ ହେବାକୁ ଦାବି ହେଉଛି ।

Leave a Reply

Your email address will not be published. Required fields are marked *