ବେଆଇନ କରତକଳ ଉପରେ ଭିଜିଲାନ୍ସ ବିଭାଗ ଓ ବନବିଭାଗର ମିଳିତ ଚଢ଼ାଉ

ବେଆଇନ କରତକଳ ଉପରେ ଭିଜିଲାନ୍ସ ବିଭାଗ ଓ ବନ ବିଭାଗର ମିଳିତ ଚଢ଼ାଉ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ସହିତ ମୂଲ୍ୟବାନ କାଠ ଜବତ । ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅଂଚଳରେ ଦୀର୍ଘ ଦିନ ଧରି ବେଆଇନ କରତକଳ ଚାଲି ଆସୁଥିଲା ବେଳେ ଏନେଇ ବାଲେଶ୍ୱର ଭିଜିଲାନ୍ସ ବିଭାଗ ପାଖରେ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା ।

ଆଜି ଭିଜିଲାନ୍ସ ଏସପି ନରହରି ନାୟକଙ୍କ ନିର୍ଦ୍ଦେଶରେ ସଦର ତହସିଲର ଅତିରିକ୍ତ ତହସିଲଦାର ପ୍ରତ୍ୟକ୍ଷଙ୍କ ତ୍ବତବଧାନରେ ଭିଜିଲାନ୍ସ ଡିଏସପି ଦକ୍ଷିଣଚରଣ ମୁର୍ମୁ, ଏସି ଏଫ ଓ ଲଙ୍ଗଳେଶ୍ୱର ଫରେଷ୍ଟର ଶଶୀଧର ମହାନ୍ତି ଏବଂ ଗାର୍ଡ ପ୍ରମିଳା ସେନ ମିଳିତ ଭାବରେ ୩୫ ଜଣିଆ ଟିମ ମିଶି ଚଢାଉ କରିଥିଲେ । ଧିତପୁରାରେ ଦୀର୍ଘ ଦିନ ଚାଲି ଆସୁଥିବା ବେଆଇନ କରତକଳ ଉପରେ ଚଢ଼ାଉ କରି ପାଖାପାଖି ୫ ଲକ୍ଷ ଟଙ୍କାର ଯନ୍ତ୍ରାଂଶ ଓ ମୂଲ୍ୟବାନ କାଠ ଜବତ କରିଥିବାର ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *