ଖେଳ ପଡିଆରେ ବସ ଷ୍ଟାଣ୍ଡ ନିର୍ମାଣ ଘଟଣା : ହାଇକୋର୍ଟ ନିର୍ଦ୍ଦେଶରେ ଖେଳପଡିଆର ସ୍ଥିତାବସ୍ଥା ଜାରି, ପରବର୍ତ୍ତୀ ଶୁଣାଣି ଯାଏ ଖେଳ ପଡିଆରେ ବସ ଷ୍ଟାଣ୍ଡ ନିର୍ମାଣ ହୋଇପାରିବ ନାହିଁ ବୋଲି ହାଇକୋର୍ଟଙ୍କ ନିର୍ଦ୍ଦେଶ

ବାଲିଆପାଳ : ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ କଚୁଅପଡ଼ା ଗ୍ରାମରେ ଥିବା ନେତାଜୀ ଷ୍ଟାଡିୟମରେ ପାଞ୍ଚ କୋଟି ଟଙ୍କା ବ୍ୟୟରେ ନିର୍ମାଣଧିନ ଆଦର୍ଶ ବସ ଷ୍ଟାଣ୍ଡ ହାଇକୋର୍ଟର ନିର୍ଦ୍ଦେଶରେ ଗୁରୁବାର ସନ୍ଧ୍ୟାରୁ କାର୍ଯ୍ୟ ସ୍ଥଗିତ ରହିଛି । ଖେଳପଡ଼ିଆରେ ବସ ଷ୍ଟାଣ୍ଡ ନିର୍ମାଣ ହୋଇପାରିବ ନାହିଁ ବୋଲି ଖବର ଦାତା ସମ୍ମିଳନୀର ଚେତାବନୀ ଦିଆଯାଇଛି। ବାଲିଆପାଳ ଅଂଚଳରର ସ୍ଥାନୀୟ ବାସିନ୍ଦା ତଥା ବିଭିନ୍ନ ଦଳର ନେତୃମଣ୍ଡଳୀ ବୁଦ୍ଧିଜୀବୀ ମିଳିତ ସହଯୋଗରେ ହାଇକୋର୍ଟର ଦ୍ବାରସ୍ଥ ହେବା ପରେ ତିନିଦିନ ମଧ୍ୟରେ ହାଇକୋର୍ଟରେ ସମସ୍ତ କାଗଜ ପତ୍ର ଜମା କରାଇବାକୁ ଉଭୟ ପକ୍ଷକୁ ନିର୍ଦ୍ଦେଶ ରହିଥିବା ସହିତ ଖେଳ ପଡିଆର ସ୍ଥିତା ବସ୍ଥା ଜାରି ରଖିବାକୁ କୋର୍ଟର ନିର୍ଦ୍ଦେଶ ଦେଇଥିବାର ସୁଚନା ଗୁରୁବାର ବାଲିଆପାଳ ପୂର୍ତ୍ତ ବିଭାଗର ଡାକବଙ୍ଗଳା ପରିସରରେ ଅନୁଷ୍ଠିତ ଖବର ଦାତା ସମ୍ମିଳନୀରେ ବାଲିଆପାଳ ଅଂଚଳର ବୁଦ୍ଧି ଜିବୀ, ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା, ବିଭିନ୍ନ ରାଜନୈତିକ ଦଳର ନେତୃମଣ୍ଡଳୀଙ୍କ ଦ୍ଵାରା ପ୍ରକାଶ ହୋଇଥିଲା । ଉକ୍ତ ସମ୍ମିଳନୀର ବାଲିଆପାଳ ପଞ୍ଚାୟତର ପୁର୍ବତନ ସରପଞ୍ଚ ମଧୁସୂଦନ ବାରିକ, ବାଲିଆପାଳ ମହୋତ୍ସବ କମିଟିର କୋଡ଼ିନେଟର ଇଞ୍ଜିନିୟର ସୁଶାନ୍ତ ଚକ୍ରବର୍ତ୍ତୀ, ସାମାଜିକ କର୍ମୀ ଭାସ୍କର ସାହୁ, ମଧୁପୁର ପଞ୍ଚାୟତର ପୂର୍ବତନ ସରପଂଚ ମୁରଲୀ ମୋହନ ସାହୁ, ଭାଜପା ନେତା ଅରବିନ୍ଦ ବେହେରା, ମନୋଜ ସି, ଅବସର ପ୍ରପ୍ତ ବିଡ଼ିଓ ବାଦଲ ମାଝି, ଶୁଶାନ୍ତ ପାତ୍ର, ସୁଶାନ୍ତ ରଣା, ବସ ଷ୍ଟାଣ୍ଡ କମିଟିର ମୁଖପାତ୍ର ସମାଜସେବୀ ରବିନାରାୟଣ ମହାନ୍ତି, ପ୍ରଫୁଲ୍ଲ ସାହୁ, ଜୀବନ ଦାସ, କରୁଣା କର ଜେନା, ସୁଦାମ ଚରଣ ଦାସ ପ୍ରମୁଖ ଉପସ୍ଥିତ ରହି ଖେଳ ପଡିଆକୁ ସର୍ବସାଧାରଣଙ୍କ ଦୃଷ୍ଟି ଆଢୁଆଳରେ ୨୦୨୧ ରୁ ଗୋଚରର କିସମ ପରିବର୍ତ୍ତନ କରାଯାଇଥିଲା । ୨୦୨୨ ରେ ସର୍ବସାଧାରଣଙ୍କ ଦୃଷ୍ଟି ଗୋଚର କରାଯିବା ପରଠାରୁ ଖେଳ ପଡ଼ିଆରେ ବସ ଷ୍ଟାଣ୍ଡ ନିର୍ମାଣକୁ ବିରୋଧ ପ୍ରଦର୍ଶନ କରାଯାଇ ଆସୁଅଛି । ପ୍ରଶାସନର ମନମୁଖୀ କାର୍ଯ୍ୟକୁ ପ୍ରସ୍ରୟ ଦିଆଯିବ ନାହିଁ । ଯଦି ପ୍ରଶାସନ ଖେଳ ପଡିଆରେ ଜୋରଜବରଦସ୍ତ ବସ ଷ୍ଟାଣ୍ଡ ନିର୍ମାଣକରେ ଅଞ୍ଚଳବାସୀଙ୍କ ଦ୍ଵାର ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଖବର ଦାତା ସମ୍ମିଳନରେରେ ଚେତାବନି ଦିଆଯାଇଥିବା ବେଳେ ଗୁରୁବାର ରାତିରୁ ଖେଳ ପଡିଆରେ ବସ ଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ସ୍ଥାଗିତ ରହିଥିବାର ଦେଖିବକୁ ମିଳିଛି । ତେବେ ରାଜ୍ୟ ସରକାର କ୍ରୀଡ଼ାକୁ ଗୁରୁତ୍ବ ଦେଉଥିବା ବେଳେ ବାଲିଆପାଳ ଅଞ୍ଚଳରେ କ୍ରୀଡ଼ାର ଷଠି ଘର କୁହାଯାଉଥିବା ସୁବର୍ଣ୍ଣରେଖା ଉଚ୍ଚ ବିଦ୍ୟାଳୟର ଏକମାତ୍ର ଖେଳ ପଡିଆକୁ କାହିକି ଆଦର୍ଶ ବସ ଷ୍ଟାଣ୍ଡ ତିଆରି କରିବା ପାଇଁ ଜବରଦସ୍ତ ପ୍ରୟାସ କରୁଛନ୍ତି, ତାହା ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସ୍ରୁଷ୍ଟୀ କରିଛି । ତେବେ ଅଞ୍ଚଳ ପାଇଁ ବସ ଷ୍ଟାଣ୍ଡ ଆବଶ୍ୟକ ଥିବାବେଳେ ସରକାର ବିକଳ୍ପ ଜାଗା ଦେଖିବା ଆବଶ୍ୟକ ରହିଥିବା ବେଳେ ବସ ଷ୍ଟାଣ୍ଡ ପାଇଁ ପୁରୁଣା ବସଷ୍ଟାଣ୍ଡ ବା ଇଡ଼କୋ ହସ୍ପିଟାଲ ପାଖରେ ଥିବା ସରକାରୀ ଜାଗା ଠିକ ହେବ ବୋଲି ଚର୍ଚା ଚାଲିଛି । ଯଦି ଏଠାରେ ସୁବର୍ଣ୍ଣରେଖା ବନ୍ଦର ହୁଏ ତେବେ ଅଜଥା ବାଲିଆପାଳ ସହର ଭିତରେ ବସଷ୍ଟାଣ୍ଡ ନକରି ସହର ବାହାରେ ଥିବା ଇଡ଼କୋ ହସ୍ପିଟାଲ ନିକଟରେ ଆଦର୍ଶ ବସଷ୍ଟାଣ୍ଡ ନିର୍ମାଣ ହେବା ଆବଶ୍ୟକ ଅଟେ । ଏଥିପାଇଁ ସରକାର ଇଡ଼କୋ ଠାରୁ ଜାଗା ନେଇ ବସଷ୍ଟାଣ୍ଡ ନିର୍ମାଣ କଲେ ବାଲିଆପାଳବାସୀଙ୍କ ହିତସାଧନ ହେବ ।

Leave a Reply

Your email address will not be published. Required fields are marked *