ବ୍ରହ୍ମପୁର ଏମକେସିଜି ମେଡିକାଲରେ ଅଘଟଣ, ଭୁଲ ଇଞ୍ଜେକସନ ଦେବା ଦ୍ୱାରା ୨୦ ରୁ ଉର୍ଦ୍ଧ୍ୱ ରୋଗୀ ଅସୁସ୍ଥ

ବ୍ରହ୍ମପୁର : ବ୍ରହ୍ମପୁର ଏମକେସିଜି ମେଡିକାଲରେ ବଡ଼ ଅଘଟଣ । ମେଡ଼ିସିନ ବିଭାଗର ୧ ନମ୍ବର ୟୁନିଟରେ ସକାଳୁ ରୋଗୀଙ୍କୁ ଇଞ୍ଜେକସନ ଦେବା ପରେ ରୋଗୀ ଅସୁସ୍ଥ । ୨୦ ରୁ ଉର୍ଦ୍ଧ୍ୱ ରୋଗୀ ଅସୁସ୍ଥ ହୋଇ ଥରିଲେ । ଗ୍ୟାସଟିକ ପାଇଁ ସକାଳେ ଇଞ୍ଜେକସନ ଦିଆଯାଇଥିଲା । ଇଞ୍ଜେକସନ ଦେବାର ମାତ୍ର ଦୁଇ ମିନିଟ୍ ପରେ ସମସ୍ତ ରୋଗୀ ଥରିବାକୁ ଆରମ୍ଭ କଲେ ।

ସମସ୍ତ ରୋଗୀଙ୍କ ସ୍ୱାସ୍ଥ୍ୟ ଖରାପ ହେବା ପରେ ଆଉ ଏକ ଇଞ୍ଜେକସନ ଦିଆଯାଇଥିଲା । ଏହା ସହିତ ସମସ୍ତ ରୋଗୀଙ୍କୁ ଲଗାଯାଇଥିଲା ଅକ୍ସିଜେନ । ବର୍ତ୍ତମାନ ମଧ୍ୟ ଅନେକ ରୋଗୀଙ୍କ ଦେହରେ ଜ୍ୱର ରହିଛି । ଏସବୁ ଅଘଟଣ ପରେ ମଧ୍ୟ କୌଣସି ଅଭିଜ୍ଞ ପ୍ରଫେସରଙ୍କ ଦେଖାନଥିବା ଅଭିଯୋଗ ହୋଇଛି ।

Leave a Reply

Your email address will not be published. Required fields are marked *