ରାମନାଗୁଡା : ରାୟଗଡା ଜିଲ୍ଲା ରାମନାଗୁଡା ସଦରରେ ଗତ କିଛି ଦିନ ଧରି ବିଏସଏନଏଲ ସେବା ଏକ ପ୍ରକାର ଠପ୍ ହୋଇଯାଇଛି । ସୂଚନାଥାଉକି ଏଥି ପୂର୍ବରୁ ବିଏସଏନଏଲ ରାମନାଗୁଡା ସ୍ଥିତ ଆଞ୍ଚଳିକ କାର୍ଯ୍ୟଳୟରେ ୨ ଜଣ କର୍ମଚାରୀ ଦାୟିତ୍ୱରେ ଥିବାବେଳେ ଜଣଙ୍କର ମୃତ୍ୟୁ ହୋଇସାରିଥିବା ସ୍ଥଳେ ଅନ୍ୟ ଜଣେ ଅବସର ଗ୍ରହଣ କରି ସାରିଛନ୍ତି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଏହି ଉଭୟ କର୍ମଚାରୀ କାର୍ଯ୍ୟରତ ଥିବା ସମୟରେ ବିଦ୍ୟୁତ ସେବା ବିଚ୍ଛିନ୍ନ ହେବା ମାତ୍ରେ ବିଏସଏନଏଲ ସେବା ବିଛିନ୍ନ ହେଉଥିଲା । ତେବେ ଏହି କାର୍ଯ୍ୟାଳୟର ସେବା ଯୋଗାଇ ଦେବା ନିମନ୍ତେ କିଏ ଏହି ଦାୟିତ୍ୱରେ ଅଛନ୍ତି କାହାକୁ ଅବଗତ ନାହିଁ ଏନେଇ କାହାକୁ ଅଭିଯୋଗ କରାଯିବ ସେନେଇ ସ୍ତାନୀୟ ବାସିନ୍ଦା ଏବେ ଦ୍ଵନ୍ଦରେ କାରଣ, ଦୀର୍ଘ ଦିନ ଧରି ବିଏସଏନଏଲ ସେବା ବନ୍ଦ ହୋଇଯାଇଛି । ତେବେ କାର୍ଯ୍ୟାଳୟରେ ଥିବା ବହୁ ଦିନର ଜେନେରେଟର ପୁରୁଣା ହୋଇଥିବା କାରଣରୁ ବିଜୁଳି ସଂଯୋଗ ବିଛିନ୍ନ ହେଲେ ଲୋକେ ବିଏସ୍ଏନ୍ଏଲ୍ ସେବା ପାଇବାରୁ ବଞ୍ଚିତ ହେବା ସହ ଜରୁରୀକାଳୀନ ପରିସ୍ଥିତିରେ ହଇରାଣ ହେଉଛନ୍ତି ।
ତେବେ ସାଧାରଣ ଗ୍ରାହକ ବିଏସ୍ଏନ୍ଏଲ୍ ସେବା ଉଦ୍ଦିଷ୍ଟ ନମ୍ବରକୁ ବ୍ୟାଙ୍କ ସେବା ଠାରୁ ଆରମ୍ଭ କରି ଡାକ ସେବା ସମେତ ସମସ୍ତ ସରକାରୀ କାର୍ଯ୍ୟାଳୟରେ ଜରୁରୀ କାର୍ଯ୍ୟ ହୋଇ ନପାରି ପଡ଼ି ରହିଛି, ଯଦ୍ୱାରା ବିଏସଏନଏଲ ସେବା ନଥିବା ସାଙ୍ଗକୁ କାର୍ଯ୍ୟାଳୟରେ କର୍ମଚାରୀ ମରୁଡି ଲୋକେ ଅଭିଯୋଗ କରିବା ପାଇଁ ଆଞ୍ଚଳିକ କାର୍ଯ୍ୟାଳୟକୁ ଗଲା ପରେ ଫାଟକରେ ତାଲା ଝୁଲୁଥିବା ଦେଖି ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳୁଛି ।
