ଭଦ୍ରକ : ଚାନ୍ଦବାଲି ଏନଏସି ଅନ୍ତର୍ଗତ ବାଲିଗାଁ ଗଜଗିରି ଦାସସାହିରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଗୋଟିଏ ପରିବାର ସର୍ବସ୍ୱାନ୍ତ ହୋଇ ପଡ଼ିଛନ୍ତି । ଭୋର ୬ଟା ସମୟରେ ନିଆଁ ଲାଗି ୩ ବଖରା ଚାଳ ଘର ପୋଡି ପାଉଁଶ ହୋଇଯାଇଛି । ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା କୁହାଯାଉଛି ।
ଚାନ୍ଦବାଲି ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲେ ସୁଦ୍ଧା ବିଳମ୍ବରେ ପହଞ୍ଚିବାରୁ ଘରଟି ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଥିଲା । ଏହି ବିଷୟରେ ଚାନ୍ଦବାଲି ଏନଏସି ଅଧିକାରୀଙ୍କୁ ଅବଗତ କରାଯାଇଛି । ତୁରନ୍ତ ଗୋପୀନାଥ ମହାଳିକଙ୍କ ପରିବାରକୁ ସମ୍ପୂର୍ଣ୍ଣ ସରକାରୀ ସହାୟତା ଯୋଗାଇ ଦେବାକୁ ୱାର୍ଡ଼ବାସୀ ଦାବି ଜଣାଇଛନ୍ତି ।
