ଆଜିର ରାଶିଫଳ

ମେଷ : ରାଜନୀତି ସହିତ କୂଟନୀତି ବିଶାରଦ ହେବେ । ପରିଶ୍ରମ ଯେତେ କଠିନ ହେଲେ ବି ପଶ୍ଚାତ୍‌ପଦ ହେବେନି । ଶ୍ବଶୁର ଘର ତରଫରୁ ଧନାଗମ ହୋଇପାରେ । ଧର୍ମକ୍ଷେତ୍ରକୁ ଯାତ୍ରା କରିପାରନ୍ତି ।

ବୃଷ : ଯଶ ଅର୍ଜନ କରିବେ । ବିପଦ ଯେତେ ବଡ଼ ହେଲେ ବି ଧୈର୍ଯ୍ୟହରା ହେବେ ନାହିଁ । ଧନୀ ହେବେ । ମହାଜନୀ କାରବାର କରିପାରନ୍ତି । ପତ୍ନୀ ଗୃହକର୍ମ ନିପୁଣା ହେବେ । ଭାଇ, ଭଉଣୀଙ୍କ ପାଇଁ ସୁଖୀ ହେବେ ।

ମିଥୁନ : ପରୋପକାରୀ ହେବେ । ସୁସ୍ଥ ଓ ନିରାମୟ ରହିବେ । ଶତ୍ରୁ ନାଶକ ହୋଇପାରନ୍ତି । ବିପଦରୁ ଶୀଘ୍ର ଉଦ୍ଧାର ହେବେ । ପତ୍ନୀ ଭାଗ୍ୟବତୀ ହେବେ । ବିବାହ ପରେ ଭାଗ୍ୟୋଦୟ ହେବ । ଅନୁସନ୍ଧାନକାରୀ ହେବେ ।

କର୍କଟ : ବିବାହ ବିଳମ୍ବିତ ହୋଇପାରେ । ପତ୍ନୀ ଆଜ୍ଞାକାରିଣୀ ଏପରି କି ସେବାକାରିଣୀ ହେବେ । ଦିନଟି ସୁଖମୟ ହେବ । ସରକାରଙ୍କ ଠାରୁ ଧନଲାଭର ସୂଚନା ମିଳୁଛି । ଶତ୍ରୁ ବିଜୟୀ ହେବେ ।

ସିଂହ : ଶତ୍ରୁନାଶକ ହୋଇପାରନ୍ତି । ନିର୍ବାଚନରେ ବିଜୟୀ ହେବେ । ଉଚ୍ଚ ପଦବୀରେ ଅଧିଷ୍ଠିତ ହୋଇପାରନ୍ତି । ରାଜନୀତିରେ ସଫଳ ହେବେ । ଆଇନ ପରାମର୍ଶଦାତା ହେବେ । ପୁଣ୍ୟାତ୍ମା, ଈଶ୍ବର ବିଶ୍ବାସୀ ହେବେ ।

କନ୍ୟା : ନ୍ୟାୟପ୍ରିୟ ହେବେ । ଅନୁସନ୍ଧାନକାରୀ ହୋଇପାରନ୍ତି । ଲୋକଙ୍କୁ ସଂଗଠିତ କରିବାକୁ ଶକ୍ତିସମ୍ପନ୍ନ ହେବେ । ଉତ୍ତମ କଳାକାର ହେବେ । ଗମ୍ଭୀର ପ୍ରକୃତିଯୁକ୍ତ ହେବେ । ପ୍ରଭାବଶାଳୀ ହୋଇପାରନ୍ତି ।

ତୁଳା : ଧନବାନ୍‌ ହେବେ । ଗୃହ ପରିବେଶ ଉତ୍ତମ ମାନର ହେବ । ପୈତୃକ ଧନପ୍ରାପ୍ତିର ସୂଚନା ମିଳୁଛି । ଖାଦ୍ୟପଦାର୍ଥ ବ୍ୟବସାୟ ଲାଭଜନକ ହେବ । କାୟମନୋବାକ୍ୟରେ ପତ୍ନୀଙ୍କ ସେବାକାରୀ ହେବେ ।

ବିଛା : ଧନ ଅର୍ଜନରେ ପାରଙ୍ଗମ ହେବେ । ସୁସ୍ଥ ଓ ନିରାମୟ ରହିବେ । ମାଲିମୋକଦ୍ଦମାରେ ବିଜୟୀ ହେବେ । ଭାଇଙ୍କ ଠାରୁ ସହଯୋଗ ମିଳିବ । କୂଟନୀତିଜ୍ଞ ହେବେ । ସଂଯମୀ ହୋଇପାରନ୍ତି । ଜ୍ଞାନୀ ହେବେ ।

ଧନୁ : କଠିନ ପରିଶ୍ରମୀ ହେବେ । ଗୁରୁ ଭକ୍ତ ହୋଇପାରନ୍ତି । ପୈତୃକ ସମ୍ପତ୍ତି ଭୋଗକାରୀ ହେବେ । ଦୟାଳୁ ସ୍ବଭାବ ଓ ନ୍ୟାୟପ୍ରିୟ ହେବେ । ଧର୍ମ ବିଶ୍ବାସୀ ହେବେ । ପାପପୁଣ୍ୟର ବ୍ୟାଖ୍ୟାକାରକ ହେବେ ।

ମକର : ଧନବାନ୍‌ ହେବେ । ଶାନ୍ତିପ୍ରିୟ ହୋଇପାରନ୍ତି । ସୁସ୍ଥ ରହିବେ । ରାଜନୀତିଜ୍ଞ ହେବେ । ଶତ୍ରୁବିନାଶକ ହେବେ । କଠିନ ପରିଶ୍ରମ କରି ଧନ ଅର୍ଜନ କରିବେ । ଆଧିପତ୍ୟ ବିସ୍ତାର କରିପାରନ୍ତି ।

କୁମ୍ଭ : ପ୍ରଭାବଶାଳୀ ହେବେ । ପରିବାରର ଭ୍ରାତା, ମାତା, ଭଗ୍ନୀ, ପିତା ସମସ୍ତେ ବିଭିନ୍ନ ବିଦ୍ୟାରେ ପ୍ରବୀଣ ହୋଇପାରନ୍ତି । ଗୁପ୍ତ ବିଦ୍ୟାଦାତା ହେବେ । ଲେଖା ପ୍ରାଣଛୁଆଁ ହେବ । ପତ୍ନୀ ରୂପବତୀ ଓ ଭାଗ୍ୟବତୀ ହେବେ ।

ମୀନ : ରାଜନୀତିରେ ଉଚ୍ଚାସନ ଲାଭ କରିପାରନ୍ତି । ବିଦେଶୀ ବ୍ୟବସାୟରୁ ବହୁ ଧନପ୍ରାପ୍ତ ହେବେ । ସୁସ୍ଥ ରହିବେ । ସୁଖୀ ହେବେ । ବିଦ୍ବାନ୍‌ ଓ ରୋଗହୀନ ହେବେ । ନୀତିବାନ୍‌ ଓ ପ୍ରଜ୍ଞାଶୀଳ ହୋଇପାରନ୍ତି ।

Leave a Reply

Your email address will not be published. Required fields are marked *