ଵଣାଇ : ବଣାଇରୁ ନରେନ୍ଦ୍ରକୁ ସଂଯୋଗ କରୁଥିବା ପୂର୍ତ ବିଭାଗ ରାସ୍ତାର କେନ୍ଦ୍ରିକଳା ଗ୍ରାମ ନିକଟସ୍ଥ ସେମରକ ସ୍କୁଲ ନିକଟରେ ସଵୁଦିନ ଭଳି ଆଜି ମଧ୍ୟ ଅନ୍ଧାରୁଆ ସ୍ଥାନରେ ବଣାଇ ପୋଲିସ ପକ୍ଷରୁ ବାଇକ ଚାଳକଙ୍କ ହେଲମେଟ ଚେକିଙ୍ଗ କରାଯାଉଥିଲା ।

ଏହି ସମୟରେ ଦରେଇକଳା ଗ୍ରାମର ସଂଗ୍ରାମ ସାହୁ ବୟସ (୨୪) ଏବଂ ପଞ୍ଚାନନ ଗହୀର ଏକ ବାଇକରେ ଔଷଧ ନେବା ନିମନ୍ତେ ଵଣାଇ ଆସୁଥିବା ବେଳେ ହେଲମେଟ ପିନ୍ଧି ନଥିବାରୁ ପୋଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରି ଧରିଥିବା ଠେଙ୍ଗାରେ ବାଇକ ଚାଳକ ସଂଗ୍ରାମ ସାହୁଙ୍କ ମୁଣ୍ଡରେ ପ୍ରହାର କରିଥିଲେ । ଫଳରେ ମୁଣ୍ଡ ଭିତରେ ଆଘାତ ହେବା ସହିତ ହଠାତ୍ ସେ ଅଚେତ ହୋଇ ଗାଡିରୁ ପଡ଼ିଯାଇଥିଲେ । ପରେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ବଣାଇ ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା । କିନ୍ତୁ ପରେ ଅବସ୍ଥା ଗୁରୁତର ହେବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ରାଉରକେଲା ସରକାରୀ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ଗ୍ରାମର ଶତାଧିକ ଲୋକ ଡାକ୍ତରଖାନାରେ ପହଞ୍ଚିବା ସହିତ ଥାନା ଘେରାଉ କରିଥିବା ବେଳେ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଥିବା ଜଣାପଡିଛି । ପୋଲିସର ଏଭଳି ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।
