ଦଶମ ଶ୍ରେଣୀ ଛାତ୍ର ବେକରେ ରସି ଲଗାଇ ଆତ୍ମହତ୍ୟା

ବାଲିଆପାଳ : ବାଲିଆପାଳ ଥାନା ଅନ୍ତର୍ଗତ ଚଉମୁଖ ପଞ୍ଚାୟତର କଙ୍କଡାପାଳ ଗ୍ରାମର ଶନିବାର ପୂର୍ବାହ୍ନରେ ଜଣେ ଦଶମ ଶ୍ରେଣୀର ନାବାଳକ ଛାତ୍ର ବେକରେ ରସି ଲଗାଇ ଆତ୍ମହତ୍ୟା କରିଛି । ମୃତକ ଛାତ୍ର ଜଣକ ହେଲେ କଙ୍କଡାପାଳ ଗ୍ରାମର ରାଧା ଶ୍ୟାମ ମହୁରୀଙ୍କ ପୁତ୍ର ବିକାଶ ମହୁରୀ(୧୫) । ଘଟଣା ସ୍ଥଳରେ ବାଲିଆପାଳ ପୋଲିସ ପହଞ୍ଚି ମୃତ ଦେହକୁ ଜବତ କରି ବ୍ୟବଛେଦ କରାଇବାକୁ ପଠାଇ ତଦନ୍ତ ଜାରି ରଖିଛି । ସୂଚନା ମୁତାବକ କଙ୍କଡାପାଳ ଗ୍ରାମର ରାଧାଶ୍ୟାମଙ୍କ ପୁତ୍ର ବିକାଶ ଶନିବାର ସକାଳେ ସ୍କୁଲକୁ ନଯାଇ ଘରେ ଶୋଇଥିଲେ । ବାପା ରାଧା ଶ୍ୟାମ ଏହା ଦେଖି ବିକାଶକୁ ସ୍କୁଲ ଯିବାକୁ ତାଗିଦ କରିଥିଲେ । କିଛି ସମୟ ପରେ ବିକାସ ଘର ପଛପଟ ଗଛରେ ବେକରେ ଫାଶୀ ଦେଇ ଝୁଲୁଥିବାର ଘର ଲୋକେ ଦେଖି ଜାମକୁଣ୍ଡା ଫାଣ୍ଡିକୁ ଖବର ଦେଇ ଥିଲେ । ଜାମକୁଣ୍ଡା ଫାଣ୍ଡି ଅଧିକାରୀ ଶାରଦା ପ୍ରସନ୍ନ ମୁଦୁଲି ଏବଂ ରାମଚନ୍ଦ୍ର ପୂର୍ଦୂଲ୍ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରି ବାଲିଆପାଳ ଥାନ କେସ ନମ୍ବର ୩୩/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ କରିବାକୁ ପଠାଇଛି ।

Leave a Reply

Your email address will not be published. Required fields are marked *