ଚୋରା ଚାଲାଣ ସମୟରେ ଚିପ୍ସ ବୋଝେଇ ଟ୍ରକ ଜବତ

ବଣାଇ : ଗତକାଲି ରାତି ୧୧ଟା ସମୟରେ ବଣାଇ ବନବିଭାଗର ଅତିରିକ୍ତ ବନ ସଂରକ୍ଷକ ସମୀର ପ୍ରକାଶ ତିର୍କିଙ୍କ ନେତୃତ୍ୱରେ ଵଣାଇ ରେଞ୍ଜ ଅଧିକାରୀ ମନୋଜ କୁମାର ପାତ୍ର, ବନରକ୍ଷୀ ଜଗନ୍ନାଥ ବେହେରା ଓ ଅନ୍ୟାନ୍ୟ ବନ କର୍ମଚାରୀଙ୍କ ସହିତ ମିଶି ରାତ୍ରି କାଳୀନ ପେଟ୍ରୋଲିଙ୍ଗରେ ଯାଉଥିବା ସମୟରେ ବଣାଇ ରେଞ୍ଜ ଅଧିନସ୍ଥ ରୁକୁଡା ଡ଼୍ୟାମ ଜଙ୍ଗଲ ରାସ୍ତାରେ ଟ୍ରକ୍ ଗୁଡିକ ଆସୁଥିବା ବେଳେ, ସନ୍ଦେହ କରି ରେଞ୍ଜ ଅଧିକାରୀ ଗାଡିଗୁଡିକୁ ଅଟକାଇ ଥିଲେ । ପରେ ଯାଞ୍ଚ କରିବା ସମୟରେ ଗାଡ଼ିରେ ଚିପ୍ ବୋଝେଇ ହୋଇଥିବା ଜଣାପଡିଥିଲା । ଡ଼୍ରାଇଭରମାନେ ପରିବହନ ସମ୍ବନ୍ଧିୟ କୈାଣସି କାଗଜ ପତ୍ର ଦେଖେଇ ପାରିନଥିଲେ ।

ଫଳରେ ବନ ସଂରକ୍ଷକଙ୍କ ନିର୍ଦ୍ଦେଶ ଅନୁସାରେ ଗାଡି ନଂ OD-14Z 4925,5270,4968 ଏବଂ OD-14F0349 ଟ୍ରକ୍ ସହିତ ଡ଼୍ରାଇଭର ଅରମାନ ଖାନ୍, ରିଜ ଓନ୍ ଖାଁ, ମଧୁସୂଦନ ମୁଣ୍ଡାଙ୍କ ସହିତ ସମସ୍ତ ଗାଡିଗୁଡିକୁ ଜବତ କରି ଵଣାଇ ଶୁଣ୍ଢିକୋଣ ଠାରେ ଥିବା ବ୍ରାହ୍ମଣୀ ନର୍ସରୀକୁ ଅଣାଯାଇଥିଲା । ଆଜି ସକାଳେ ପୁଣିଥରେ ସମସ୍ତ ତଥ୍ୟ ଯାଞ୍ଚ କରିବାରୁ ଏଗୁଡ଼ିକ ପୂର୍ବରୁ ରାସ୍ତା କାମ ନିମନ୍ତେ ଲିଜ୍ ଦିଆଯାଇଥିବା ଗାୟତ୍ରୀ କନଷ୍ଟକସନର ପୁରୁଣା ଲିଜ୍ ଖଣିରୁ ଚୋରା ଚାଲାଣ ହେଉଥିବା ଜଣାପଡିଥିଲା । କମ୍ପାନୀ ଅନେକ ଦିନ ହେବ କାମ ବନ୍ଦ କରି ଏଠାରୁ ଛାଡି ଚାଲିଯାଇଛି । ଫଳରେ ପୂର୍ବରୁ ଗଛିତ ରହିଥିବା ଚିପ୍ସ ଗୁଡିକ ବର୍ତ୍ତମାନ ମାଫିଆମାନେ ସକ୍ରିୟ ହୋଇ ଚୋରା ଚାଲାଣ କରିବାର ସୁଯୋଗ ପାଉଛନ୍ତି । ପୁରୁଣା ଲିଜ୍ ଖଣି ଟି ରାଜସ୍ବ ବିଭାଗ ଅଧିନରେ ଆସୁଥିବାରୁ, ଵଣାଇ ରେଞ୍ଜ ଅଧିକାରୀ ତୁରନ୍ତ ଗୁରୁଣ୍ଡିଆ ତହସିଲଦାରଙ୍କୁ ଅଵଗତ କରିଥିଲେ । ଫଳରେ ଅପରାହ୍ନରେ ଗୁରୁଣ୍ଡିଆ ତହସିଲଦାର ସାଧଵୀ ଦେହୁରୀ ବନ ବିଭାଗ ନର୍ସରୀରେ ଜବତ ହୋଇଥିବା ଗାଡିଗୁଡିକୁ ଯାଞ୍ଚ କରିଥିଲେ । ପରେ ରେଞ୍ଜ ଅଧିକାରୀ ସମସ୍ତ ତଥ୍ୟ ପ୍ରଦାନ କରିବା ସହିତ ସମସ୍ତ ଗାଡିଗୁଡିକୁ ରାଜସ୍ୱ ବିଭାଗକୁ ହସ୍ତାନ୍ତର କରିଥିବା ଜଣାପଡିଛି । ତେଣୁ ଆଗାମୀ ଦିନରେ ଏସବୁ ଚୋରା ଚାଲାଣ କିପରି ରୋକାଯାଇ ପାରିବ ସେଥିପାଇଁ ରାଜସ୍ବ ବିଭାଗ ଓ ପୋଲିସ ପକ୍ଷରୁ ଦୃଷ୍ଟି ଦେବାକୁ ଜନ ସାଧାରଣରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *