ସୋର : ସୋରରେ ଡକାୟତି ବଢୁଥିବା ବେଳେ ସ୍ଥାନୀୟ ଯୁବକ ଏଇ କାର୍ଯ୍ୟରେ ଲିପ୍ତ ହେବା ଏବଂ ସେଇ ଯୁବକମାନେ ଫେରାର ହୋଇ ପୁଣି ବେଲରେ ଆସି ଲୁଟ ତରାଜ କରିବାକୁ ନେଇ ଅସନ୍ତୋଷ ଦେଖାଦେଇଛି । ତେବେ ଖବର ଅନୁଯାୟୀ, ସୋର ଜାତୀୟ ରାଜପଥ ଛପୋଲିଆ ନିକଟରେ ଥିବା ରିଲାଏନ୍ସ ପେଟ୍ରୋଲ ପମ୍ପକୁ ତେଲ ପକାଇବାକୁ ଆସି ୫ଜଣ ଯୁବକ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ମାଡ଼ ମାରିବା ସହ ଅଫିସରେ ଲାଗିଥିବା କାଚ ଭାଙ୍ଗି ୫୦ ହଜାରରୁ ଅଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ୫ ଯୁବକଙ୍କ ଆକ୍ରମଣରେ ପୋଟ୍ରୋଲ ପମ୍ପର ଦୁଇ ଜଣ କର୍ମଚାରୀ ଆହତ ହୋଇଛନ୍ତି । ସେମାନଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି l ପେଟ୍ରୋଲ ପମ୍ପରେ ୩ ଜଣ ଯୁବକ ତେଲ ପକାଇ ସାରିବା ପରେ ଟଙ୍କା ଚେଞ୍ଜ କରିବାକୁ ନେଇ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ସହ ପ୍ରଥମେ ବଚସା କରିଥିଲେ । ପରେ ଯୁବକମାନେ କର୍ମଚାରୀଙ୍କୁ ମାଡ଼ ମାରିବା ସହ ଅଫିସ କାଚ ଭାଙ୍ଗି ଟଙ୍କା ନେଇ ଫେରାର ହୋଇଯାଇଥିଲେ । ପେଟ୍ରୋଲ ପମ୍ପରେ ଲାଗିଥିବା ସିସିଟିଭି କ୍ୟାମେରାରେ ଲୁଟ୍ ବେଳର ପୁରା ଦୃଶ୍ୟ କଏଦ ହୋଇଛି l ଅଭିଯୋଗ ପାଇ ସୋର ପୋଲିସ ତଦନ୍ତ କରୁଛି l ତେବେ ଏହି ଉଦ୍ଭ୍ରାନ୍ତ ଯୁବକମାନଙ୍କୁ ଯଥା ଶିଘ୍ର ପୋଲିସ ଗିରଫ ନକଲେ ସୋରର ଆଇନ ଶୃଙ୍ଖଳା ଭୁଶୁଡି ପଡିବ ବୋଲି ସାଧରଣ ଲୋକ ମତପ୍ରକାଶ କରିଛନ୍ତି l
