ଓରମାସ ପକ୍ଷରୁ ବ୍ଲକ ସ୍ତରୀୟ ନିଯୁକ୍ତି ଭିତ୍ତିକ ପରାମର୍ଶ ଶିବିର ଅନୁଷ୍ଠିତ

ବାଲିଆପାଳ : ବାଲିଆପାଳ ବ୍ଲକ ପରିସରରେ ଓରମାସ ପକ୍ଷରୁ ସୋମବାର ଦିନଦୟାଲ ଗ୍ରାମୀଣ କୌଶଳ ବିକାଶ ଯୋଜନା ଦ୍ବାରା ବ୍ଲକ ସ୍ତରୀୟ ନିଯୁକ୍ତି ଭିତ୍ତିକ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ବାଲିଆପାଳ ବ୍ଲକ ବିଡ଼ିଓ ଦୀପକ କୁମାର ଦାଶ, ଓ.ଆର.ଏମ.ଏ.ଏସ ର ଜିଲ୍ଲା ସଂଯୋଜକ ଅଲିନବିନ୍ଦୁ ରାଉତରାୟ ଶିବିରରେ ଯୋଗଦେଇ ଶିବିରକୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ । ବାଲିଆପାଳ ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ରାଜେଶ ଚୌଧୁରୀ, ଜିଲ୍ଲା ପରିଷଦ ସଦସ୍ୟ ନିଶାକର ସେଠି, ଅନ୍ୟତମ ଜିଲ୍ଲା ପରିଷଦ ସଦସ୍ୟା କାଞ୍ଚନ ଜେନା, ଜିଲ୍ଲା ପରିଷଦ ସଦସ୍ୟ ବାବାଜି ଦେହୁରୀ ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ । ଓଏଲଏମ ବାଲିଆପାଳ ବ୍ଲକର ଏସ ଡି ସି ଚନ୍ଦନ କୁମାର ନାଥ ଅତିଥିଙ୍କୁ ମଞ୍ଚ ଆହ୍ଵାନ ପୂର୍ବକ ଅତିଥି ପରିଚୟ ପ୍ରଦାନ କରି ମଞ୍ଚ ପରିଚାଳନା କରିଥିଲେ ।

ଏହି ପରାମର୍ଶ ଶିବିରରେ ଏଚ ଏଲ ଏଫ ପି ପି ଟି ପ୍ରଶିକ୍ଷଣ କେନ୍ଦ୍ର ଜଳେଶ୍ବରର ପ୍ରଶିକ୍ଷକ ନିଲାଞ୍ଚଳ ଦାସମହାପାତ୍ର, ପ୍ରଶିକ୍ଷଣ କେନ୍ଦ୍ର ବାଲେଶ୍ଵରର ଆସିଷ୍ଟାଣ୍ଟ ମ୍ୟାନେଜର ତରୁଣ ମହାରଣା, ପ୍ରଶିକ୍ଷଣ କେନ୍ଦ୍ର ରେଡ ଟେକ୍ କଟକର ସେଣ୍ଟର ମେନେଜର ଅନ୍ତର୍ଯ୍ୟାମୀ ବିନ୍ଧାଣି, ଏଡୁକେସନ ଜଳେଶ୍ଵର ପ୍ରଶିକ୍ଷଣ କେନ୍ଦ୍ରର ସେଣ୍ଟର ମ୍ୟାନେଜର ରାଜଶ୍ରୀ ସେନ ଯୋଗଦେଇ ନିଜ ନିଜ କେନ୍ଦ୍ରରେ ଥିବା ପ୍ରଶିକ୍ଷଣ ବିଷୟର ଶିକ୍ଷା ଦାନ ବିଷୟରେ ପ୍ରଶିକ୍ଷଣର ସମୟ ସୀମା ସହିତ ନିଯୁକ୍ତି ମିଳୁଥିବା ରାଜ୍ଯ ଓ ଦରମା ବିଷୟରେ ପିଲାମାନଙ୍କୁ ଜଣାଇଥିଲେ । ଏହା ଛଡା ବହୁ ପ୍ରଶିକ୍ଷଣ କେନ୍ଦ୍ରର ପିଆଇଓମାନେ ଶିବିରରେ ଯୋଗ ଦେଇନଥିଲେ ମଧ୍ୟ ପିଲାମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ସମର୍ଥନ ଦେଇଥିବା କଥା ଓ ଆର ଏମ ଏ ଏସ ର ଜିଲ୍ଲା ସଂଯୋଜକ ଶ୍ରୀ ରାଉତରାୟ କହିଥିଲେ । ଉକ୍ତ ନିଯୁକ୍ତି ଭିତ୍ତିକ ପରାମର୍ଶ ଶିବିରରେ ମୋଟ ଦୁଇଶହ ଦଶ ଜଣ ନାମ ପଞ୍ଜିକରଣ କରିଥିଲେ । ସେଥି ମଧ୍ୟରୁ ୧୪୨ ଜଣ ପ୍ରଶିକ୍ଷଣ ନେବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ଏହା ଛଡ଼ା ପ୍ରତି ପଞ୍ଚାୟତ ସ୍ତରରେ ପୁଣି ପିଲାମାନଙ୍କୁ ମୋଟିଭେସନ କରାଯିବ ବୋଲି ଓଏଲମର ବାଲିଆପାଳ ବ୍ଲକ ପ୍ରଜେକ୍ଟ ମେନେଜର ସଂଗୀତ ଦାସ କହିଛନ୍ତି । ଚନ୍ଦ୍ରିକା ସେଠିଙ୍କ ସହିତ ବହୁ ପଞ୍ଚାୟତର ଏମବିକେ, ସିଆରପି, ସଭା ନେତ୍ରୀ, ସଂପାଦିକା ଏବଂ ମୋବିଲାଇଜରମାନେ ଉପସ୍ଥିତ ରହି ସମସ୍ତ ପ୍ରକାରର ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *