ଭଦ୍ରକ : ଭଦ୍ରକ ଜିଲ୍ଲା ଅସୁରାଳି ସ୍ଥିତ ଶ୍ରୀ ବୈରାଗୀ ସରସ୍ବତୀ ମନ୍ଦିରର କୃତୀ ଛାତ୍ରୀ ସୁବସ୍ମିତା ଦାସ ଚଳିତ ମାଟ୍ରିକ ପରୀକ୍ଷାରେ ୫୭୦ ନମ୍ବର ରଖି ଧାମନଗର ବ୍ଲକର ଦ୍ୱିତୀୟ ସ୍ଥାନ ଅଧିକାର ଗ୍ରହଣ କରିଛନ୍ତି ଓ ପ୍ରଥମ ସେହି ବୈରାଗୀ ଶିଶୁମନ୍ଦିର ସ୍କୁଲର ବ୍ଲକ ଟପର ହୋଇଛନ୍ତି । ଶୁଭଙ୍କର ମହାନ୍ତି ୫୭୨ ରଖିଛନ୍ତି । ଶୁଭଙ୍କର ମହାନ୍ତି ଅସୁରାଳି ପ୍ରତିଭା କୋଚିଙ୍ଗସେଣ୍ଟର ପଢ଼ୁଥିବା ସମୟରେ ଶୁଭସ୍ମିତା ଦାସ ବୀଣାପାଣି କୋଚିଙ୍ଗ ସେଣ୍ଟରରେ ପଢୁଥିଲେ, ଯାହାକୁ ନେଇ ଏ ଧାମନଗର ବ୍ଲକ ସମସ୍ତଙ୍କ ପାଖରୁ ପ୍ରଂଶସାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଏ ଦୁଇ ପ୍ରତିଭା । ତାହା ସହିତ ବୈରାଗୀ ସରସ୍ବତୀ ବିଦ୍ୟାମନ୍ଦିର ସମସ୍ତ ଗୁରୁଜୀବୃନ୍ଦଙ୍କୁ ବି ପ୍ରଂଶସାର ସୁଅ ଛୁଟୁଛି ।
