ବସ୍ତା ବ୍ଲକ ମୁକୁଲୁସି ଶ୍ରଦ୍ଧା କ୍ଷେତ୍ରରେ ବାହୁଡା ଯାତ୍ରା ଅନୁଷ୍ଠିତ

ବସ୍ତା : ପାଗ ଅନୁକୂଳ ଥିବାରୁ ବାହୁଡ଼ାଯାତ୍ରାରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖବାକୁ ମିଳିଥିଲା । ମୁକୁଳିଶି ଶ୍ରଦ୍ଧା କ୍ଷେତ୍ରର ରଥଯାତ୍ରର ୯ ଦିନ ପରେ ଆଜି ଥିଲା ବାହୁଡା ଯାତ୍ର । ଜନ୍ମ ବେଦିର ଲୀଳା ଖେଳା ସାରି ତିନି ଠାକୁର ରତ୍ନ ବେଦୀକୁ ବାହୁଡ଼ିଛନ୍ତି । ଆସନ୍ତା କାଲି ଶ୍ରୀ ଜୀଉମାନଙ୍କ ସୁନା ବେଶ ହେବ । ରଥ ଯାତ୍ରା ଦିନ ପାଗ ଖରାପ ଥିବାରୁ ସବୁ ପାଣିଚିଆ କରିଦେଇଥିଲା । ମାତ୍ର ବାହୁଡାରେ ପାଗ ଅନୁକୂଳ ଥିବାରୁ ହଜାର ହଜାର ଭକ୍ତଙ୍କ ଭିଡ଼ରେ ଓ ଭକ୍ତଙ୍କ ନାଚ ଗୀତରେ ମୁକୁଲୁସି ବଡ଼ ଦାଣ୍ଡ ଦୁଲୁକି ପଡୁଥିଲା । ବୁନ୍ଦା ବୁନ୍ଦା ହାଲୁକା ବର୍ଷାରେ ଭିଜି ଭିଜି ଜଗନ୍ନାଥ, ବଳଭଦ୍ର ଓ ଭଉଣୀ ଶୁଭଦ୍ରାଙ୍କ ରଥକୁ ଭକ୍ତମାନେ ଶ୍ରୀକ୍ଷେତ୍ରକୁ ଟାଣି ନେଉଥିଲେ l

ଜୟ ଜଗନ୍ନାଥ ଧ୍ୱନୀରେ ସତେ ଯେପରି ଗଗନ ପବନ ପ୍ରକମ୍ପିତ ହୋଇ ଉଠୁଥିଲା । ମା ସୁଭଦ୍ରାଙ୍କ ରଥକୁ କେଵଳ ମହିଳାମାନେ ମାଉସୀ ମା ମନ୍ଦିରରୁ ଶ୍ରଦ୍ଧାକ୍ଷେତ୍ରକୁ ଟାଣି ନେଇଥିଲେ । ବାହୁଡା ଯାତ୍ରା ପାଇଁ ଶନିବାର ପୂର୍ବାହ୍ନରୁ ସମସ୍ତ ରୀତିନୀତି ପରେ ବ୍ରାହ୍ମ ମୁହୂର୍ତ୍ତ ଠାରୁ ମନ୍ଦିରର ପୂଜା ପଣ୍ଡାମାନେ ଶ୍ରୀ ଜୀଉମାନଙ୍କର ସମସ୍ତ ନୀତି କ୍ରାନ୍ତି ସମାପନ ପରେ ଦିବା ୫ଟା ରେ ପ୍ରଥମେ ଚକ୍ରରାଜ ସୁଦର୍ଶନ, ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ଶେଷରେ ବଡ ଠାକୁର ଜଗନ୍ନାଥଙ୍କୁ ଗୋଟି ପହଣ୍ଡିରେ ମାଉସୀ ମା ମନ୍ଦିରରୁ ରଥାରୂଢ କରାଯାଇଥିଲା । ନିଜ ଜାଗାକୁ ଜଗନ୍ନାଥଙ୍କ ନାମରେ ଦେଇ ମନ୍ଦିର ପ୍ରତିଷ୍ଠାତା କରିଥିଲେ ଠାକୁର ରାଜା ପୂର୍ଣ୍ଣଚନ୍ଦ୍ର ଧଳ । ତିନି ରଥରେ ଛେରା ପହଁରା କରିବା ପରେ ରଥ ଟଣା ହୋଇଥିଲା ।
କାର୍ଯ୍ୟକ୍ରମରେ ମନ୍ଦିର ପରିଚାଳନା କମିଟି ସମ୍ପାଦକ, ମୁକୁଲୁସି ସରପଞ୍ଚ ଅମିତ ବିଶ୍ୱାଳ, ମନ୍ଦିରର ପୂଜାରୀ, କମିଟିର ସମସ୍ତ ସଦସ୍ୟମାନେ ଉପସ୍ଥିତ ରହି କରୁଣା କଟକଣା ପାଇଁ ଦୁଇ ବର୍ଷ ରଥଯାତ୍ରା ବନ୍ଦ ଥିବାରୁ ଚଳିତ ବର୍ଷ ବହୁ ଆଡମ୍ବର ସହ ରଥଯାତ୍ରା ସହିତ ବାହୁଡ଼ାଯାତ୍ରା ହୋଇଥିଲା । ସମସ୍ତ ଭକ୍ତଙ୍କ ସହିତ କମିଟି ସଦସ୍ୟ ଓ ବସ୍ତା ଅଧଖ୍ୟା ଅଞ୍ଜଳି ଦାସ ଉପସ୍ଥିତ ରହି ରଥ ଟଣାକୁ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *