ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଭାବନୀୟ ଘଟଣା, ଝାଡାବାନ୍ତି ରୋଗୀଙ୍କୁ ସାପକାମୁଡା ଇଞ୍ଜେକ୍ସନ ଦିଆଯାଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ

ଜଳେଶ୍ୱର : ଜିକେ ଭଟ୍ଟର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଭାବନୀୟ ଘଟଣା । ଝାଡାବାନ୍ତି ରୋଗୀକୁ ସାପ କାମୁଡା ବିଷ ଇଞ୍ଜେକସନ ଦିଆଯାଇଥିବା ପରିବାର ଲୋକଙ୍କ ଅଭିଯୋଗ । ସୂଚନା ଅନୁଯାଇ ବିରିଶ ପୁର ଗ୍ରାମର ମଧୁମିତା ବେହେରା ଗତକାଲି ସକାଳେ ଝାଡା ବାନ୍ତି ହେବାରୁ ଚିକିତ୍ସା ପାଇଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ ।

ରାତି ପାଖାପାଖି ୭ଟା ସମୟରେ ଅନ୍ୟ ଜଣେ ସାପ କାମୁଡ଼ା ରୋଗୀ ମଧ୍ୟ ଆଡ଼ମିଶନ ନେଇଥିଲେ । ତେବେ ଝାଡ଼ାବାନ୍ତି ମହିଳାଙ୍କୁ ଇଞ୍ଜେକସନ ଦେବା ସମୟରେ ସାପ କାମୁଡା ଇଞ୍ଜେକସନ ଦିଆଯାଇଥିବା ପରିବାର ଲୋକ ଅଭିଯୋଗ କରିଥିଲେ । ଘଟଣାକୁ ନେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା ପ୍ରକାଶ ପାଇଥିଲା । ରୋଗୀଙ୍କ ଅବସ୍ତା ମଧ୍ୟ ଅଧିକରୁ ଅଧିକ ଅସୁସ୍ଥ ହେବାରେ ମଧ୍ୟ ଲାଗିଥିଲା ।

ଘଟଣା ସ୍ଥଳରେ ଜଳେଶ୍ୱର ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହିତ ରୋଗୀଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଏ ଘଟଣା ବାବଦରେ ଉପସ୍ଥିତ ଡାକ୍ତର ରୋଜି ନାୟକଙ୍କୁ ପଚାରିବାରୁ ସେ କିଛି ପ୍ରତିକ୍ରିୟା ରଖିବେ ନାହିଁ ବୋଲି କହିଛନ୍ତି । ମହିଳା ଜଣକ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି ।

Leave a Reply

Your email address will not be published. Required fields are marked *