ବାଲିଆପାଳ ଲାୟନ୍ସ କ୍ଲବ ପକ୍ଷରୁ ବନ ମହୋତ୍ସବ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲିଆପାଳ : ବାଲିଆପାଳ ଲାୟନ୍ସ କ୍ଲବ ପକ୍ଷରୁ ଜୁଲାଇ ୧ ତାରିଖ ଠାରୁ ୭ ତାରିଖ ସପ୍ତାହ ବ୍ୟାପି ବନ ମହୋତ୍ସବ ଅବସରରେ ବାଲିଆପାଳ ବ୍ଳକର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।


ଲାୟନ୍ସ କ୍ଲବର ସଭାପତି ଲାୟନ ଅଜୟ କୁମାର ସାହୁ, ଜୋନାଲ ଚେୟାର ପର୍ଶନ ଲାୟନ ନବୀନ କୁମାର ପାତ୍ର, ପୂର୍ବତନ ସଭାପତି ଲାୟନ ଝାଡେଶ୍ୱର ପ୍ରଧାନ, କୋଷାଧ୍ୟକ୍ଷ ଲାୟନ ଭୋବନ ମୋହନ ପିଳା, ପୂବତନ ସଭାପତି ଲାୟନ ଇଂ ଦାମୋଦର ଗିରି, କ୍ୟାବିନେଟ ମେମ୍ବର ଲାୟନ ଗୋବିନ୍ଦ ପ୍ରସାଦ ଦାସ, ବରିଷ୍ଠ ସଦସ୍ୟ ଲାୟନ ଅନାଦି ଚରଣ ଗିରି, ସାମ୍ବାଦିକ ଦିଲିପ କୁମାର ଦାସ ଓ ଡାକ୍ତର ହରେକୃଷ୍ଣ ଦାସ ପ୍ରମୁଖ ଯୋଗଦେଇ ବୃକ୍ଷ ରୋପଣ କରିବା ସହିତ ପରିବେଶ ସୁରକ୍ଷା ପାଇଁ ପ୍ରତିଟି ବ୍ୟକ୍ତି ଅତିକମରେ ଗୋଟିଏ ଲେଖାଏଁ ଗଛ ଲଗାଇବା ଉଚିତ ବୋଲି ଲୋକଙ୍କୁ ବାର୍ତ୍ତା ଦେଇଥିଲେ । ଆଗାମୀ ଦିନରେ ଆହୁରି ଅଧିକ ଭାବରେ ବୃକ୍ଷ ରୋପଣକୁ ଗୁତୁତ୍ୱ ଦିଆଯାଇ କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ ବୋଲି ଲାୟନ୍ସ କ୍ଲବର ସଦଦ୍ୟମାନେ କହିଥିଲେ ।

Leave a Reply

Your email address will not be published. Required fields are marked *