ଵଣାଇ : ବନ ମହୋତ୍ସବ ପାଳନ ପରିପ୍ରେକ୍ଷୀରେ ଆଜି ବଣାଇଗଡ ମହାବିଦ୍ୟାଳୟ ପରିସରରେ ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକଙ୍କ ଗହଣରେ ୭୩ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି ।

ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ( ଭା. ଵ. ସେ )ଅଧିକାରୀ ଡ଼ଃ ଭାଗିରଥି ବେହେରା ଯୋଗଦେଇଥିବାବେଳେ, ସମ୍ମାନିତ ଅତିଥି ଭାବେ ରାଉରକେଲା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡଃ ଅରୁଣ କୁମାର ମିଶ୍ର ଯୋଗଦେଇ ମହାବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ମହାବିଦ୍ୟାଳୟର ସଭା କକ୍ଷରେ ବନ ମହୋତ୍ସବ ପାଳନର ଆବଶ୍ୟକତା ସମ୍ବନ୍ଧରେ ସମସ୍ତ ଛାତ୍ରଛାତ୍ରୀଙ୍କ ସମେତ ବନ ବିଭାଗର ସମସ୍ତ କର୍ମଚାରୀଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ବୃକ୍ଷ, ଜଙ୍ଗଲ, ଗଛଲତାର ଅବକ୍ଷୟ ଯୋଗୁଁ ବର୍ତ୍ତମାନ ଜଳବାୟୁରେ ଅନେକ ପରିବର୍ତନ ଦେଖିବାକୁ ମିଳୁଛି । ଫଳରେ ଯାହାକୁ ନେଇ ସାରା ବିଶ୍ୱବାସୀ ଚିନ୍ତିତ ଥିବା ବେଳେ ବୃକ୍ଷ ହଁ ଜିବନ ର ଲକ୍ଷ ନେଇ ଗୋଟିଏ ବିଦ୍ୟାର୍ଥୀ ଗୋଟିଏ ଗଛ ରୋପଣ କରିବା ଉଦ୍ଦେଶ୍ୟରେ ପରିବେଶ ସୁରକ୍ଷା ନିମନ୍ତେ ସମସ୍ତ ଅତିଥି ନିଜ ନିଜର ବକ୍ତବ୍ୟ ରଖିଥିଲେ । ତା ସହିତ ମୁଖ୍ୟ ଅତିଥି ଡଃ ଭାଗିରଥି ବେହେରା ଓ ମହାବିଦ୍ୟାଳୟର ଅଧ୍ୟକ୍ଷ ଜେନାମଣି ସାହୁ ଙ୍କ ଦ୍ଵାରା ଲିଖିତ ପୁସ୍ତକ ଵଣାଇର ଔଷଧୀୟ ବୃକ୍ଷ ଓ ଏହାର ଉପକାରିତା ଏବଂ ଅମ୍ବିକା ପ୍ରସାଦ ରିସର୍ଚ୍ଚ ଫାଉଣ୍ଡେସନ(କଟକ) ର ଅଧ୍ୟକ୍ଷ ଡ଼ଃ ସଞ୍ଜିତ କୁମାର, ଡଃ ଅରୁଣ କୁମାର ମିଶ୍ର, ଵଣାଇ ବନଖଣ୍ଡ ଅଧିକାରୀ ସନତ କୁମାର ଏନ୍ ଙ୍କ ଲିଖିତ ପୁସ୍ତକ ଦ. ରେଡ୍. ଆଣ୍ଟ ସମସ୍ତ ଛାତ୍ରଛାତ୍ରୀଙ୍କ ଗହଣରେ ଉନ୍ମୋଚନ କରାଯାଇଥିଲା ।

ଗୋଟିଏ ବିଦ୍ୟାର୍ଥୀ ଗୋଟିଏ ଗଛ ରୋପଣକୁ ସାକାର କରିବା ନିମନ୍ତେ ମହାବିଦ୍ୟାଳୟର ୨୦ ଜଣ ବିଦ୍ୟାର୍ଥୀଙ୍କୁ ଅତିଥିମାନଙ୍କ ଦ୍ଵାରା ବୃକ୍ଷ ପ୍ରଦାନ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ଵଣାଇ ବନଖଣ୍ଡର ଅତିରିକ୍ତ ବନ ସଂରକ୍ଷକ ଶୁଶାନ୍ତ କୁମାର ଜେନା, ପରିଚାଳନା କରିଥିବା ବେଳେ ଵଣାଇ ରେଞ୍ଜ ଅଧିକାରୀ ମନୋଜ କୁମାର ପାତ୍ର, ଫରେଷ୍ଟର ସଦାଶିବ ପାତ୍ର ପ୍ରମୁଖ ସହାୟତା ପ୍ରଦାନ କରିଥିଲେ ।
