କଟକ : ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟରେ ପରୀକ୍ଷା ବନ୍ଦ କରାଯିବା ନେଇ ଆନ୍ଦୋଳନକୁ ଓହ୍ଲାଇଲେ ଶତାଧିକ ଛାତ୍ରଛାତ୍ରୀ । କ୍ୟାମ୍ପସରେ ଏକାଧିକ ଶିକ୍ଷକ କରୋନା ପଜିଟିଭ ବାହାରିବା ପରେ ଆଜି ପରୀକ୍ଷା ବର୍ଜନ କରିଛନ୍ତି ଛାତ୍ରଛାତ୍ରୀ । ଫଳରେ ବିଶ୍ବବିଦ୍ୟାଳୟ ପରିସରରେ ଚାପା ଉତ୍ତେଜନା ଦେଖାଦେଇଛି । ଆଜି ୫ମ ଶେଷ ବର୍ଷର ଛାତ୍ରଛାତ୍ରୀଙ୍କ ଲେବର ଲ ପେପର ପରୀକ୍ଷା ହେବାକୁ ଥିବାବେଳେ କ୍ୟାମ୍ପସରେ କରୋନା ପଜିଟିଭ ବାହାରିବା ପରେ ଛାତ୍ରଛାତ୍ରୀମାନେ ଅନ୍ୟତ୍ର ପରୀକ୍ଷା କରିବା ସହ ଅନଲାଇନ ପରୀକ୍ଷା କରିବା ପାଇଁ ଦାବି କରି ପରୀକ୍ଷା ବର୍ଜନ କରିଛନ୍ତି ।
ଗତ କିଛି ଦିନ ତଳେ କିଛି ପରୀକ୍ଷା ନିରୀକ୍ଷକ ପଜିଟିଭ ଚିହ୍ନଟ ହୋଇଥିଲେ । ଗତକାଲି ଆଉ ତିନି ଜଣ ଚିହ୍ନଟ ହେବା ପରେ ଚିନ୍ତା ବଢ଼ିଯାଇଛି । ଆଜି ସାଢ଼େ ୧୦ଟା ରୁ ସାଢ଼େ୧ ଟା ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବାରଥିଲା । ଅନ୍ୟପଟେ ଏହି ଘଟଣାରେ ବିଶ୍ବବିଦ୍ୟାଳୟ କତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
