ବାଲେଶ୍ୱର : ଅଭିନେତା ଦୈତାରୀ ପଣ୍ଡାଙ୍କ ବିରୋଧରେ ଥାନାରେ ଅଭିଯୋଗ । ଥାନାରେ ଏତଲା ଦାଏର ଦେଇଛନ୍ତି ଜଣେ ନିର୍ଦ୍ଧିଷ୍ଟ ଯାତ୍ରା ପାର୍ଟିର ସିଇଓ । ଦୈତାରୀ ପଣ୍ଡା ଯାତ୍ରା ପାର୍ଟି ଲାଗି ଅଭିନୟ କରିବା ପାଇଁ ୧୫ ଲକ୍ଷ ଟଙ୍କା ଅଗ୍ରୀମ ନେଇଥିବା ବେଳେ ଏବେ ଫୋନ୍ ଉଠାଉ ନଥିବା ଅଭିଯୋଗ ହୋଇଛି । ରାଜଧାନୀର ଏକ ଯାତ୍ରାପାର୍ଟିର ସିଇଓ ଏନେଇ ଅଭିଯୋଗ ଆଣିଛନ୍ତି ।

ଖବର ଅନୁଯାୟୀ, ପାର୍ବତୀ ଗଣନାଟ୍ୟରେ ଅଭିନୟ ପାଇଁ ୨ ବର୍ଷ ଲାଗି ଦୈତାରୀ ପଣ୍ଡାଙ୍କ ୩୦ ଲକ୍ଷର ଚୁକ୍ତି ହୋଇଥିଲେ । ସେ ୧୫ ଲକ୍ଷ ଟଙ୍କା ଆଡ୍ଭାନ୍ସ ମଧ୍ୟରେ ନେଇଥିଲେ । ୨୦୨୨-୨୪ ଦୁଇ ବର୍ଷ ପାଇଁ ଚୁକ୍ତି ହୋଇଥିଲା । ହେଲେ ଦୈତାରୀ ଏହି ଚୁକ୍ତି ଭଙ୍ଗ କରିଛନ୍ତି । ସେ ଫୋନ୍ ଉଠାଉ ନଥିବା ଅଭିଯୋଗ ହୋଇଥିବା ବେଳେ ତାଙ୍କୁ ଶୀଘ୍ର ଖୋଜିବା ପାଇଁ ପୋଲିସ୍ ଥାନାରେ ଅଭିଯୋଗ ହୋଇଛି ।

