5T ବିଦ୍ୟାଳୟରୁ ଖସିଲା ଛାତ ଅଭିଭାବକ ଓ ଛାତ୍ର ଆହତ, ଲୋକେ କହୁଛନ୍ତି ନେତା ଓ ସରକାରୀ ବାବୁ ନେଇଗଲେ ଭାଗ ଅଧିକ

ବାସୁଦେବପୁର : ରାଜ୍ୟ ସରକାର 5t ଅଧୀନରେ ବିଦ୍ୟାଳୟଗୁଡିକ ରୂପାନ୍ତରିତ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଦ୍ୟାଳୟଗୁଡିକ ସ୍ମାର୍ଟ କରିବାକୁ ଚେଷ୍ଟା କରୁଥିବାବେଳେ, କିନ୍ତୁ ପିଲାଙ୍କ ଠାରୁ ଅଧିକ ଲାଭବାନ ହେଉଛନ୍ତି କଂଟ୍ରାକ୍ତର ଓ ଜେଇ ଏବଂ କିଛି ସରକାରୀ ବାବୁ ।

ଏକଥା ଆମେ କହୁନୁ ଏକଥା କହୁଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସୁଗ ପଂଚାୟତ ସୁଗ ସରକାରୀ ଉଚ୍ଚ ବିଦ୍ୟାଳୟର ଚିତ୍ର, 5t ଅଧୀନରେ ରୂପାନ୍ତରିତ ହେଇଥିବାବେଳେ, ଗତକାଲି ଯେତେବେଳେ ସ୍କୁଲ କମିଟି ଓ ଅଭିଭାବକମାନଙ୍କୁ ନେଇ ସୁରକ୍ଷା ବୈଠକ ଚାଲିଥିବା ସ୍କୁଲର ଛାତ ଭାଙ୍ଗି ଖସି ଜଣେ ଅଭିଭାବକ ଓ ଚାରିଜଣ ଛାତ୍ର ଆହତ ହେଇଥିଲେ । ଅଭିଭାବକ ଦୈତାରୀ ସାହୁ ହାତର ଆଙ୍ଗୁଠି ଭାଙ୍ଗିବା ସହିତ ମୁଣ୍ଡରେ ଗଭୀର ଆଘାତ ହେଇଥିବାରୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନସ୍ତର କରାଯାଇଛି । ଏଠି ମୁଖ୍ୟ କଥା ହେଉଛି ଏ ଘଟଣା ଘଟିଛି ଭଦ୍ରକ ସାଂସଦ ଓ ପୂର୍ବତନ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ନିଜ ପଂଚାୟତରେ ।

Leave a Reply

Your email address will not be published. Required fields are marked *