ରେଙ୍ଗାଲି : ହୀରାକୁଦ ଜଳଭଣ୍ଡାର ଜମିରେ ଖନନ କିମ୍ବା କୌଣସି ନିର୍ମାଣ କାର୍ଯ୍ୟ ପାଇଁ ସରକାର ନିଷେଧାଦେଶ ଜାରି କରିଛନ୍ତି । ତେବେ ସରକାରୀ ନିର୍ଦ୍ଦେଶର ଖୋଲା ଉଲଘଂନ କରି ରେଙ୍ଗାଲି ବ୍ଳକ୍ ଖିଣ୍ଡା ଗ୍ରାମ ପଞ୍ଚାୟତର ଦନ୍ତାମୁରା ଗ୍ରାମ ପାଖରେ ଥିବା ହୀରାକୁଦ ଜଳଭଣ୍ଡାର ଜମିରେ ବେଆଇନ୍ ଭାବରେ ପୋଖରୀ ଭଲି ବଡ ଗାତ ଖୋଲାଯାଇ ମାଟି ଡମ୍ପିଂ କରଯାଉଛି ବୋଲି ଗ୍ରାମବାସୀ ହୀରାକୁଦ ନଦୀବନ୍ଧ ଯୋଜନାର ମୁଖ୍ୟଯନ୍ତ୍ରୀଙ୍କ ଠାରେ ଲିଖିତ ଆକାରରେ ଫେରାଦ ହୋଇ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗରୁ ପ୍ରକାଶ ଯେ ଦିଲ୍ଳିପ ରାଉତ, ରତନ ରାଉତ, କରୁଣା ରାଉତ, ରାଜେଶ ହାତୀ, ସୁନାତନ ହାତୀ, ଡିଲେଶ୍ୱର ଗର୍ଡିଆ, ଦେବେନ ବିଶ୍ୱାଲ, ପଦ୍ମଲୋଚନ ଓରାମ ପ୍ରମୁଖ ୧୦ ଜଣ ବ୍ୟକ୍ତି ଅଦାନୀ କମ୍ପାନୀର ସହାୟତାରେ କମ୍ପାନୀର ପ୍ରୋକ୍ଲେନ୍ ମେସିନ୍ ଲଗାଇ ହୀରାକୁଦ ଜଳଭଣ୍ଡାର ଜମିରେ ବେଆଇନ୍ ଭାରେ ପୋଖରୀ ଭଲି ବିଶାଳ ଆକାରର ଗାତ ଖୋଳି ମାଟି ଡମ୍ପିଂ କରୁଛନ୍ତି ।
ଗ୍ରାମବାସୀ ଏଭଳି କାମ ବନ୍ଦ କରିବାକୁ ସଂପୃକ୍ତ ବ୍ୟକ୍ତିଙ୍କୁ କହିବାରୁ ଯିଏ କାମ ବନ୍ଦ କରିବାକୁ ଆସିବ ତାକୁ ମାଡ ଦିଆଯିବ । ଯାଅ ଆମ ନାଁ ରେ କେସ୍ କରିବ ବୋଲି ଧମକ ଦେଉଛନ୍ତି । ଗ୍ରାମବାସୀ ତାଙ୍କ ଅଭିଯୋଗରେ ଏକଥା ଉଲ୍ଲେଖ କରିଛନ୍ତି । ଜୋର୍ ଜବରଦସ୍ତି ବେଆଇନ୍ ଭାବରେ ଜଳଭଣ୍ଡାର ଜମିରେ ମାଟି ଖନନ ଏବଂ ଡମ୍ପିଂ କରୁଥିବା ବ୍ୟକ୍ତିମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠନ ଗ୍ରହଣ କରିବା ସହିତ ମାଟି ଖନନ ଓ ଡମ୍ପିଂ ବନ୍ଦ କରିବାକୁ ଗ୍ରମବାସୀ ଦାବୀ କରିଛନ୍ତି । ଏ ସଂକ୍ରାନ୍ତରେ ରେଙ୍ଗାଲି ତହସିଲଦାର ଏବଂ ମହାନଦୀ ଅବବାହିକାର ଅଧିକ୍ଷଣଯନ୍ତ୍ରୀଙ୍କୁ ମଧ୍ୟ ଦାବୀପତ୍ର ପ୍ରଦାନ କରାଯାଇଛି । ଦାବୀପତ୍ର ରେ ପି.ରାଉତ, ଜିତୁ ପ୍ରସାଦ ପଟ୍ଟନାୟକ, ମହନ ପଟ୍ଟନାୟକ, ଯୁଗେଶ୍ୱର ରାଉତ, ଶ୍ୟାମସୁନ୍ଦର ସା, ପୁଷ୍ପା ଭୁଏ, ଶ୍ରୀକାନ୍ତ ଦାସ, ଲକ୍ଷ୍ମୀ ଦାସ, ସୀତାରାମ ଜଗତ, ପ୍ରତିମା ଜଗତ, କୁଞ୍ଜବିଜାରି ଭୁଏ, ରମେଶ ଭୁଏ ପ୍ରମୁଖ ବହୁ ଗ୍ରାମବାସୀଙ୍କ ସ୍ୱାକ୍ଷର ରହିଛି ।
