ବଣାଇ ବନ ବିଭାଗ ପକ୍ଷରୁ ୭୩ ତମ ବନ ମହୋତ୍ସବ ପାଳିତ

ଵଣାଇ : ପ୍ରତ୍ୟେକ ବର୍ଷ ସାରା ରାଜ୍ୟରେ ଜୁଲାଇ ୧ ତାରିଖ ଠାରୁ ଆରମ୍ଭ ହୋଇ ସପ୍ତାହେ ପର୍ଯ୍ୟନ୍ତ ସମସ୍ତ ବନଖଣ୍ଡ ସମେତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବନ ମହୋତ୍ସବ ପାଳନ କରାଯାଇଥାଏ ।

ଅନୂରୂପ ଭାବେ ଚଳିତ ବର୍ଷ ମଧ୍ୟ ବଣାଇ ବନଖଣ୍ଡର ବିଭିନ୍ନ ରେଞ୍ଜ ଅଧିନରେ ବନ ମହୋତ୍ସବ ପାଳନ କରାଯାଉଥିବା ବେଳେ, ଗତକାଲି ଵଣାଇ ରେଞ୍ଜ ଅନ୍ତର୍ଗତ ତଳିତା ଗ୍ରାମ ନିକଟସ୍ଥ କାଜୁ ପଡିଆ ଠାରେ ବନ ବିଭାଗ ପକ୍ଷରୁ ୭୩ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି ।
ମୁଖ୍ୟ ଅତିଥି ଭାବେ ଵଣାଇ ରାଜା ବୀର କେଶରୀ ଇନ୍ଦ୍ର ଦେଓଦେଵ ଯୋଗଦେଇଥିବା ବେଳେ, ଅନ୍ୟତମ ଅତିଥି ଭାବେ ବଣାଇ ଉପଜିଲ୍ଲାପାଳ ସୁରଞ୍ଜନ ସାହୁ, ଜିଲ୍ଲା ପରିଷଦ ସଭ୍ୟ ରାମଚନ୍ଦ୍ର ସାହୁଙ୍କ ସମେତ ବଣାଇ ବନଖଣ୍ଡ ଅଧିକାରୀ ସନତ କୁମାର ଏନ୍ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ । ତା’ ସହିତ ପରିବେଶ ସନ୍ତୁଳନ ନିମନ୍ତେ ବୃକ୍ଷ ରୋପଣର ଉପକାରିତା ସମ୍ପର୍କରେ ଉପସ୍ଥିତ ସମସ୍ତ ଗ୍ରାମବାସୀ ଓ ଛାତ୍ରଛାତ୍ରୀଙ୍କୁ ସଚେତନତାର ବାର୍ତ୍ତା ଦେବା ସହିତ ଆଗାମୀ ଦିନରେ ପ୍ରତ୍ୟେକ ମଣିଷ ଗୋଟିଏ ଲେଖାଏଁ ବୃକ୍ଷ ରୋପଣ କରିବା ନିମନ୍ତେ ସମସ୍ତଙ୍କୁ ସନ୍ଦେଶ ଦେଇଥିଲେ । ସମସ୍ତ ଅତିଥିଙ୍କ ଦ୍ଵାରା ନିମ୍ବ, ଜାମୁ, ବଉଳ, ଅଅଁଳା ଇତ୍ୟାଦି ବିଭିନ୍ନ ପ୍ରକାରର ବୃକ୍ଷ ରୋପଣ କରାଯାଇଥିଲା । ଚଳିତ ବର୍ଷ ଵଣାଇ ବନଖଣ୍ଡର ସମସ୍ତ ୭ଟି ରେଞ୍ଜରେ ଅନ୍ୟୂନ ୪୮ ଲକ୍ଷ ଚାରା ରୋପଣ କରିବା ନିମନ୍ତେ ଧାର୍ଯ୍ୟ କରାଯାଇଛି ବୋଲି ବନଖଣ୍ଡ ଅଧିକାରୀ ପ୍ରକାଶ କରିଥିଲେ ।

ସମସ୍ତ କାର୍ଯ୍ୟକ୍ରମକୁ ବଣାଇ ରେଞ୍ଜ ଅଧିକାରୀ ମନୋଜ କୁମାର ପାତ୍ରଙ୍କ ତତ୍ତ୍ଵାବଧାନରେ ଆୟୋଜିତ କରାଯାଇଥିବା ବେଳେ, ଵଣାଇ ଫରେଷ୍ଟର ସଦାଶିବ ପାତ୍ରଙ୍କ ସମେତ ସମସ୍ତ ବନ କର୍ମଚାରୀ ସହାୟତା ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *