ବାଲିଆପାଳ : ବାଲେଶ୍ଵର ଜିଲ୍ଲା ବସ୍ତା ଫରେଷ୍ଟରଙ୍କ ତତ୍ତ୍ୱାବଧାନରେ ଷୋହଳ ହଜାର ରୁ ଅଧିକ ଚାରା ବଣ୍ଟନ । ସୂଚନା ଅନୁସାରେ ସରକାର ପ୍ରତି ବ୍ଲକ, ସହରାଞ୍ଚଳରେ କୃତ୍ରିମ ଜଙ୍ଗଲ ସୃଷ୍ଟି କରିବା ସହିତ ପ୍ରତ୍ୟେକ ବ୍ୟକ୍ତି ନିଜ ବାଡ଼ିରେ ଗଛ ଲଗାଇ ନିଜେ ଏବଂ ନିଜର ଗ୍ରାମକୁ ସବୁଜ ସୁନ୍ଦର ସହ ପରିବେଶକୁ ସ୍ୱଚ୍ଛ ନିର୍ମଳ କରିବାକୁ ପ୍ରୟାସ ଜାରି ରଖିଛନ୍ତି । ପ୍ରତି ବ୍ଲକରେ ଥିବା ବନଖଣ୍ଡ ଅଧିକାରୀଙ୍କ ଦ୍ବାରା ବିଭିନ୍ନ କିସମର ମଞ୍ଜିରୁ ଚାରା ଗଛ ପ୍ରସ୍ତୁତ କରି ଲୋକମାନଙ୍କୁ ଖୁବ ଶସ୍ତାରେ ଯୋଗାଇ ଦେଉଥିବା ଦେଖିବାକୁ ମିଳିଛି ।

ଏହି ଯୋଜନାରେ ଡିଏଫଓଙ୍କ ନିର୍ଦ୍ଦେଶ କ୍ରମେ ବସ୍ତା ଫରେଷ୍ଟରଙ୍କ ଦ୍ଵାରା ଷୋହଳ ହଜାର ରୁ ଉର୍ଦ୍ଧ୍ବ ମଞ୍ଜି ଚାରା ପାଇଁ ପ୍ରସ୍ତୁତ କରାଯାଇଥିବା ବେଳେ, ବର୍ତ୍ତମାନ ସୁଦ୍ଧା ଷୋହଳ ହଜାର ଚାରା ପ୍ରସ୍ତୁତ ହୋଇ ସାରିଛି । ସରକାରୀ ନିୟମ ଅନୁସାରେ ଗୋଟିଏ ଗଛ ପ୍ରତି ଏକ ଟଙ୍କା ରହିଥିବା ବେଳେ, ଲୋକମାନେ ନିଜ ନିଜର ଆଧାର କାର୍ଡ ଦେଖାଇ ପାଖାପାଖି ଜଣେ ବ୍ୟକ୍ତି ଦଶଟି ଗଛ ନେଇ ପାରିବେ ବୋଲି ସୂଚନା ଦେଇଛନ୍ତି । ଯାହା ଦ୍ବାରା ଆମ୍ଭର ପରିବେଶ ସୁସ୍ଥ ରହିପାରିବ ।
