ରାସ୍ତାକଡ଼କୁ ଖସିଲା ଯାତ୍ରାବାହୀ ବସ୍‌, ୨୦ ରୁ ଅଧିକ ଯାତ୍ରୀ ଆହତ

ଖୋର୍ଦ୍ଧା : ରାସ୍ତାକଡ଼କୁ ଖସିଲା ଯାତ୍ରାବାହୀ ବସ୍‌ । ଖୋର୍ଦ୍ଧା-ବାଘମାରୀ ସିମୋର ରାସ୍ତାରେ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼ରୁ ଖସିପଡିଛି । ଯାହା ଫଳରେ ବସ୍‌ରେ ଥିବା ୨୦ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ଦୁର୍ଘଟଣା ସଂପର୍କରେ ଖବରପାଇ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି ।

ଖବର ଅନୁଯାୟୀ, ୨୦ ରୁ ଅଧିକ ଯାତ୍ରୀ ନେଇ ବାଙ୍କୀରୁ ଭୁବନେଶ୍ୱର ଯାଉଥିଲା ଘରୋଇ ବସ୍ ଲିଙ୍ଗରାଜ । ହେଲେ ଖୋର୍ଦ୍ଧା ସିମୋର ଛକ ନିକଟରେ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତାକଡକୁ ଖସିଯାଇଥିଲା । ଯାହା ଫଳରେ କି ଗାଡିରେ ଥିବା ଯାତ୍ରୀମାନେ ଫସିରହିଥିଲେ । ସ୍ଥାନୀୟ ଲୋକେ ଏହା ଦେଖି ତୁରନ୍ତ ବସ୍‌ରେ ଥିବା ଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ କରିଥିଲେ । ସେପଟେ ଦୁର୍ଘଟଣା ସଂପର୍କରେ ଖବରପାଇ ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲା । ଆହତମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Leave a Reply

Your email address will not be published. Required fields are marked *