ଶେଷ ଦିନରେବି ପ୍ରଶ୍ନପତ୍ର ଭାଇରାଲ

ଭୁବନେଶ୍ୱର: ମେଟ୍ରିକ ପରୀକ୍ଷା ଶେଷ ଦିନରେ ବି ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଅଭିଯୋଗ ହୋଇଛି । ଆଜି ଥିଲା ସାମାଜିକ ବିଜ୍ଞାନ ପରୀକ୍ଷା । ଏହି ସାମାଜିକ ବିଜ୍ଞାନ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଜଣାପଡିଛି । ବଲାଙ୍ଗିର ଦେଓଗାଁ ଅଞ୍ଚଳରେ ମୋବାଇଲରୁ ମୋବାଇଲ ପ୍ରଶ୍ନପତ୍ର ଘୁରି ବୁଲିଥିଲା ଦେଖିବାକୁ ମିଳିଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ମାଟ୍ରିକ୍‌ ପରୀକ୍ଷାକୁ ସ୍ୱଚ୍ଛ କରିବାକୁ ଶିକ୍ଷା ବିଭାଗର ସମସ୍ତ ବ୍ୟବସ୍ତା ସତ୍ତ୍ୱେ  କେମିତି ଲିକ୍ ହେଲା ପ୍ରଶ୍ନପତ୍ର । ତ୍ରୁଟିଶୂନ୍ୟ ପରୀକ୍ଷା ହେବ ବୋଲି ସରକାର ଦୃଢୋକ୍ତି ଦେଇଥିଲେ ହେଁ ବାରମ୍ୱାର ବିଭିନ୍ନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହେଉଥିବା ଅଭିଯୋଗ ସାମ୍ନାକୁ ଆସୁଛି । ଏପଟେ ବୋର୍ଡ କହୁଛି  ଭାଇରାଲ ନେଇ ଖବର ପହଞ୍ଚିବା ପରେ ଅନୁଧ୍ୟାନ ଜାରି ରହିଛି । ପ୍ରକୃତ ପ୍ରଶ୍ନପତ୍ର ସହ ମିଳାଇଲା ପରେ ପ୍ରକୃତ କଥା ଜଣାପଡିବ ବୋଲି ସେ କହିଛନ୍ତି । ତେବେ ଯଦି ଦେଖିବା ମାଟ୍ରିକ ପରୀକ୍ଷା ଆରମ୍ଭରୁ ହିଁ ଏଭଳି ଘଟଣା ଦେଖାଦେଇଛି । ଗୋଟିଏ ପରେ ଗୋଟିଏ ପ୍ରଶ୍ନପତ୍ର ଭାଇରାଲ ହେବାରେ ଲାଗିଛି ।

ପ୍ରଥମେ ଢେଙ୍କାନାଳ କାମାକ୍ଷାନଗରରୁ ଏବଂ ନୂଆପଡ଼ା ଜିଲ୍ଲାରେ ମାଟ୍ରିକ୍ ପରୀକ୍ଷାର ମାତୃଭାଷା ପ୍ରଶ୍ନପତ୍ର ଲିକ୍ ହୋଇଥିବା ସୂଚନା ମିଳିଥିଲା । ପରୀକ୍ଷା ସରିବା ପୂର୍ବରୁ ସୋସିଆଲ ମିଡିଆରେ ଘୁରି ବୁଲୁଥିଲା ଓଡ଼ିଆ ପ୍ରଶ୍ନପତ୍ର ।

ଓଡିଆ ପ୍ରଶ୍ନପତ୍ର ପରେ ଇରାଂଜୀ ପରୀକ୍ଷାର ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା ବଲାଙ୍ଗୀରରେ ା ଏହାପରେ  ଢେଙ୍କାନାଳ କାସିଆଦିହି ଲୋକନାଥ ବିଦ୍ୟାପୀଠରେ ଗଣିତ ପ୍ରଶ୍ନପତ୍ର ଲିକ୍ ହୋଇଥିବା ସୂଚନା ମିଳିଥିଲା । ତେବେ ମାଟ୍ରିକ ପରୀକ୍ଷାର ଓଡ଼ିଆ ପ୍ରଶ୍ନପତ୍ର ଭାଇରାଲ ମାମଲାରେ ଚାରି ଗିରଫ ହୋଇଥିଲେ । ବନ୍ଧୁଗାଁ ସରକାରୀ ସ୍କୁଲରେ ପ୍ରଶ୍ନପତ୍ର ଭାଇରାଲ ଘଟଣା ପରେ ସେମାନଙ୍କୁ ଗିରଫ କରାଯାଇଥିଲା । ଏଥିରେ ଜଣେ ଜେରକ୍ସ ଦୋକାନୀ ଓ ତିନି ଅଭିଭାବକଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତଙ୍କ ଠାରୁ ଲାପଟପ, ଜେରକ୍ସ ମେସିନ ଓ ମୋବାଇଲ ଜବତ କରିଛି ପୋଲିସ । ଯାଣିବାକୁ ମିଳିଛି ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ଘଟଣାରେ ବିଭିନ୍ନ ଜିଲ୍ଲାରୁ ୧୧ ଜଣଙ୍କୁ ସସପେଣ୍ଡ କରାଯାଇଥିଲା । ନୂଆପଡା, କୋରାପୁଟ, ଢେଙ୍କାନାଳ ଜିଲ୍ଲାର ୯ ଜଣ କର୍ମଚାରୀଙ୍କୁ ସସପେଣ୍ଡ କରାଯାଇଥିଲା । ନୂଆପଡାର ୫ ଜଣ, ଢେଙ୍କାନାଳର ୨ ଓ ବନ୍ଧୁଗାଁର ୨ ଜଣଙ୍କୁ ସସପେଣ୍ଡ ହୋଇଥିଲେ । ତେବେ ଏତେ ସୁରକ୍ଷା ପରେ ବି ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ହୋଇଛି । ତେବେ ଆଜି ମାଟ୍ରିକ କରିକ୍ଷାର ଶେଷ ଦିନରେବି ପ୍ରଶ୍ନପତ୍ର ଲିକ୍ ନେଇ ଅଭିଯୋଗ ହେବା ବୋର୍ଡ ଏବଂ ସରକାରଙ୍କୁ ଅଡୁଆକୁ ଟାଣୁଛି ା

Leave a Reply

Your email address will not be published. Required fields are marked *