ବନ୍ଧୁକ ମୁନରେ ଲୁଟିନେଲେ ଟ୍ରାନ୍ସଫର୍ମରରେ ବ୍ୟବହାର ହେଉଥିବା ତମ୍ବା ତାର

ଝାରସୁଗୁଡା : ବନ୍ଧବାହାଲ ସବ ଷ୍ଟେସନରେ ବନ୍ଧୁକ ମୁନରେ ଲୁଟ । ଲୁଟିନେଲେ ଟ୍ରାନ୍ସଫର୍ମରରେ ବ୍ୟବହାର ହେଉଥିବା ତମ୍ବା ତାର । ଝାରସୁଗୁଡା ଜିଲ୍ଲା ବନ୍ଧବାହାଲ ସବ ଷ୍ଟେସନରେ ଏଭଳି ଘଟଣା ଦେଖିବାକୁ ମିଳିଛି । ବିଳମ୍ଵିତ ରାତି ୧୨:୩୦ରେ ଆଠରୁ ଦଶ ଜଣ ମୁଖା ପିନ୍ଧି ଥିବା ଦୁର୍ବୁତ୍ତ ସବ ଷ୍ଟେସନରେ ରାତି ଡ୍ୟୁଟି କରୁଥିବା କର୍ମଚାରୀଙ୍କୁ ଅଫିସ ରୁମରେ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ବନ୍ଧକ କରି ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଦୁର୍ବୁତ୍ତମାନେ ସବ ଷ୍ଟେସନରେ ଥିବା ଟ୍ରାନ୍ସଫର୍ମରରୁ ତମ୍ବା ତାର କଏଲ ଓ ୧୧ଟି ମୋବାଇଲ ଲୁଟି ନେଇଛନ୍ତି ।

ତମ୍ବା ତାରର ଆନୁମାନିକ ମୂଲ୍ୟ ଷାଠିଏ ହାଜରୁ ଅଧିକ ହେବ । ଏହା ସହିତ ବନ୍ଧକ ରଖିଥିବା ବିଦ୍ୟୁତ ବିଭାଗ କର୍ମଚାରୀଙ୍କୁ ମାଡ଼ ମାରିବା ସହିତ ଜଣଙ୍କର ମୁଣ୍ଡକୁ ବନ୍ଧୁକ ସାହାଯ୍ୟରେ ଶକ୍ତ ଆଘାତ ଦେବାରୁ ମୁଣ୍ଡ ଫାଟି ଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *