ମୟୁରଭଞ୍ଜ : ଗୋରୁ ବୋଝେଇ ପିକଅପ ଗାଡି ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ୬ଟି ଗୋରୁଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ୪୯ ନମ୍ବର ଜାତୀୟ ରାଜପଥ ଦରି ଗ୍ରାମ ପୋଲୋ ନିକଟରେ ଗୋରୁ ବୋଝେଇ ପିକଅପ ଗାଡି ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଛି । ଗାଡିଟି କେନ୍ଦୁଝର ଆଡୁ ଯଶିପୁରକୁ ଯାଉଥିବା ବେଳେ ଦରି ଗ୍ରାମ ନିକଟ ପୋଲୋ ପାଖରେ ଭାରସାମ୍ୟ ହରାଇ ଓଲଟି ପଡିଲା ।
୬ ଗୋରୁଙ୍କ ମୃତ୍ୟୁ ହୋଇଥିବା ବେଳେ ଗ୍ରାମବାସୀଙ୍କ ଦ୍ଵାରା ଆହତ ଗୋରୁଙ୍କୁ ଉଦ୍ଧାର କରାଯାିଛି । ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ଥିବାବେଳେ ଘଟଣା ସ୍ଥଳରେ କରଞ୍ଜିଆ ପୋଲିସର ତଦନ୍ତ ଜାରି ରହିଛି ।
