ବିଜେବି କଲେଜ ଛାତ୍ରୀଙ୍କ ରହସ୍ୟମୟ ଆତ୍ମହତ୍ୟାକୁ ନେଇ ଚାଞ୍ଚଲ୍ୟ, ତଦନ୍ତ ଜାରି ରଖିଛି ପୋଲିସ

ଭୁବନେଶ୍ୱର : ବିଜେବି କଲେଜ ଛାତ୍ରୀଙ୍କ ରହସ୍ୟମୟ ଆତ୍ମହତ୍ୟାକୁ ନେଇ ଚାଂଚଲ୍ୟ । କଲେଜର ହଷ୍ଟେଲରୁ ପ୍ଲସ-ଥ୍ରୀ ଛାତ୍ରୀ ରୁଚିକା ମହାନ୍ତିଙ୍କ ମୃତଦେହ ଉଦ୍ଧାର କଲା ପୋଲିସ । ସିନିୟରଙ୍କ ରାଗିଂ ଅସହ୍ୟ ହେବାରୁ ଜୀବନ ହାରିଥିବା ସୁଇସାଇଡ ନୋଟରେ ଲେଖିଛନ୍ତି ରୁଚିକା । ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ପରିବାର ଲୋକେ । ସେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଆଉ ଆତ୍ମହତ୍ୟା ପୂର୍ବରୁ ଛାଡ଼ି ଯାଇଛନ୍ତି ସୁଇସାଇଡ୍ ନୋଟ୍‌ । କଲେଜରେ ରାଗିଂ ଦିଆଯାଉଥିବା ନେଇ ସମ୍ପର୍କରେ ସେ ସେଥିରେ ଲେଖିଛନ୍ତି ।

ଏନେଇ ପରିବାର ଲୋକେ ବରଗଡ଼ ଥାନାରେ ଲିଖିତ ଅଭିଯୋଗ କରିବା ପରେ କମିଶନରେଟ୍ ପୋଲିସ ମାମଲା ରୁଜୁ କରି ୭ ଛାତ୍ରୀଙ୍କୁ ପଚରାଉଚରା କରୁଛି । ତେବେ ବର୍ତ୍ତମାନ ସୁଦ୍ଧା ପୋଲିସ କାହାରିକୁ ଗିରଫ କରିନାହିଁ । ସୁଇସାଇଡ ନୋଟରେ ସେ ୩ ଜଣ ଛାତ୍ରୀ ବୋଲି ଉଲ୍ଲେଖ କରିଛନ୍ତି । ହେଲେ କାହାର ନାମ ଲେଖିନାହାନ୍ତି । ଯାହାକୁ ନେଇ ପୋଲିସ ତାର ତଦନ୍ତ ଜାରି ରଖିଛି । ସେପଟେ ତାଙ୍କ ମର ଶରୀରକୁ ନିଜ ପୌତୃକ ଗ୍ରାମକୁ ନିଆଯାଇଛି ।

Leave a Reply

Your email address will not be published. Required fields are marked *