ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ

ଜାମଶୂଳି : ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ । ତେବେ ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସିଂଲା ଥାନା ଅଧୀନ ଜାମଶୂଳି ଗ୍ରାମରେ । ସୂଚନାରୁ ପ୍ରକାଶ ଜାମଶୂଳି ଗ୍ରାମର ନବିନ୍ ଦାସ୍ ନିଜ ଚାଷ ଜମିକୁ ଆଜି ଭୋର୍ ଯାଇଥିବାବେଳେ, ସେଠାରେ ତାଙ୍କର ବଜ୍ରାଘାତରେ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କର ବୟସ ପାଖାପାଖି ପଚାଶ ହେବ । ତେବେ ବିଲରୁ ସେ ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ବିଲରୁ ତାଙ୍କର ମୃତ ଦେହକୁ ଉଦ୍ଧାର କରି ଘରକୁ ଆଣିଥିଲେ । ତେବେ ନବିନ୍ ଙ୍କ ମୃତ୍ୟୁରେ ସିଂଲା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତେବେ ସିଂଲା ପୋଲିସ ମୃତଦେହକୁ ଜବତ୍ କରି ବ୍ୟବଚ୍ଛେଦ ପାଇଁ ପଠାଇ ଥିବାବେଳେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।

Leave a Reply

Your email address will not be published. Required fields are marked *