ଚଳିତବର୍ଷ ରଥଯାତ୍ରାରେ ଦେଖିବାକୁ ମିଳିଲାନି ଶ୍ରୀମନ୍ଦିରର ସେଭଳି ସାଜସଜ୍ଜା

ପୁରୀ : ୨୦୧୮ ଓ ୨୦୧୯ ମସିହା ରଥଯାତ୍ରା ଏବେ ବି ଲୋକଙ୍କ ମନରେ ଲିପିବଦ୍ଧ ହୋଇ ରହିଛି । ସେ ସମୟରେ ଶ୍ରୀମନ୍ଦିରର ଯେଉଁଭଳି ସାଜସଜ୍ଜା କରାଯାଇଥିଲା, ତାହା ଆଜି ବି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇ‌ରାଲ୍‌ ହେଉଛି । କିନ୍ତୁ ଚଳିତବର୍ଷ ରଥଯାତ୍ରାରେ ‌ଶ୍ରୀମନ୍ଦିରର ସେଭଳି ସାଜସଜ୍ଜା ଦେଖିବାକୁ ମିଳିନି । ନାମକୁ ମାତ୍ର ସିଂହଦ୍ବାର ଅଳ୍ପ କିଛି ଫୁଲ ଲଗାଇ ସାଜସଜ୍ଜା କରାଯାଇଛି । ଯାହା ସେବାୟତ, ଭକ୍ତଙ୍କ ମହଲରେ ସମାଲୋଚନାର ବିଷୟ ପାଲଟିଛି ।

ସେବାୟତମାନେ ସିଧାସଳଖ କହିଛନ୍ତି, କ୍ରିଷନ୍‌ କୁମାର ମୁଖ୍ୟ ପ୍ରଶାସକ ଥିବାବେଳେ ଶ୍ରୀମନ୍ଦିର ସିଂହଦ୍ବାରରେ ଆଖି ଝଲସାଇ ଦେଲା ଭଳି ବ୍ୟାପକ ଫୁଲ ସାଜସଜ୍ଜା କରାଯାଉଥିଲା । ଶ୍ରୀଗୁଣ୍ଡିଚା ମନ୍ଦିର ବି ଆଖି ଝଲସାଇ ଦେଲା ଭଳି ଫୁଲରେ ସଜେଇ ହେଉଥିଲା । କିନ୍ତୁ ଚଳିତବର୍ଷ ଏଭଳି କାହିଁକି କରାଗଲାନି ବୋଲି ସେବାୟତମାନେ ପ୍ରଶ୍ନ କରିଛନ୍ତି ।

Leave a Reply

Your email address will not be published. Required fields are marked *