ତେଲକୋଇ : କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜରେ ଥମିବାର ନାଁ ଧରୁନି ହାତୀ ପଲଙ୍କ ଉପଦ୍ରବ । ହାତୀ ପଲ କେତେବେଳେ ଘର ଭାଙ୍ଗୁଛନ୍ତି ତ ଆଉ କେତେବେଳେ ଲୋକଙ୍କ ଜୀବନ ନେବା ସହ ଆକ୍ରମଣ ମଧ୍ୟ କରୁଛନ୍ତି।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ବିଳମ୍ବିତ ରାତିରେ ତେଲକୋଇ ଫରେଷ୍ଟ ବିଟର ଦୋବଲାପାଳ ପଞ୍ଚାୟତ ବାଶଂପାଳ ଗାଁରେ ୮ ଟିକିଆ ହାତୀ ପଲ ପଶି ଉପଦ୍ରବ କରିଥିଲେ । ଗାଁର ନିତ୍ୟାନନ୍ଦ ପେଣ୍ଠେଇଙ୍କ ୪ ବଖରା ଘରକୁ ଭାଙ୍ଗି ୧୨ ବସ୍ତା ଧାନକୁ ଖାଇଯାଇଥିଲେ । ହାତୀ ପଲ ଘର ଭାଙ୍ଗିବା ଦେଖି ପରିବାର ଲୋକେ ଭୟଭୀତ ହୋଇପଡିଥିଲେ । ଗାଁଲୋକଙ୍କୁ ଡାକି ହାତୀ ପଲଙ୍କୁ ଘଉଡାଇଥିଲେ । ତେବେ ବନ ବିଭାଗ ହାତୀପଲଙ୍କୁ ଘଉଡାଇବାରେ ବିଫଳ ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି ।
