ବାଲେଶ୍ୱର : ଉତ୍କଳ ସାମ୍ବାଦିକ ସଂଘ ବାଲେଶ୍ୱର ଶାଖାର ସାଂଗଠନିକ ନିର୍ବାଚନ ପୂର୍ବାହ୍ନ ୧୦ ଘଟିକା ସମୟରେ ବାଲେଶ୍ୱର ସହରସ୍ଥିତ ଗାନ୍ଧୀ ସ୍ମୃତି ଭବନରେ ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନିର୍ବାଚନ ପରିଚାଳକ ଭାବରେ ରାଜ୍ୟ ସାଂଗଠନିକ ସମ୍ପାଦକ ରବୀନ୍ଦ୍ର ଖିଲାର ଯୋଗଦେଇଥିବା ବେଳେ ସହଯୋଗୀ ଭାବେ ଯୋଗ ଦେଇଥିଲେ । ମୋଟ୍ ୨୧୬ ଭୋଟରଙ୍କ ମଧ୍ୟରୁ ସଭାପତି ପ୍ରାର୍ଥୀ ଲୋକନାଥ ଦଳେଇ ୧୦୫ ଖଣ୍ଡ ଭୋଟ ପାଇଥିବା ବେଳେ ପରାଜିତ ପ୍ରାର୍ଥୀ ବ୍ରହ୍ମାନନ୍ଦ ସ୍ବାଇଁ ୧୦୧ ଖଣ୍ଡ ଭୋଟ ପାଇଥିଲେ । ସମ୍ପାଦକ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ପାତ୍ର ୧୧୨ ଖଣ୍ଡ ଭୋଟ ପାଇ ବିଜୟ ହୋଇଥିବାବେଳେ ନିକଟତମ ପ୍ରତିଦ୍ବନ୍ଦୀ ସଞ୍ଜୟ କୁମାର ଦାସ ୧୦୧ ଭୋଟ ପାଇ ପରାଜିତ ହୋଇଛନ୍ତି । ଅପରାହ୍ନ ୨ ଘଟିକା ସମୟରେ ଫଳାଫଳ ଘୋଷଣା ହୋଇଥିଲା ।
