ଶାସକ ଦଳର ପ୍ରେମରେ ସରକାରୀ ବାବୁ : ସାମ୍ବାଦିକଙ୍କୁ ଡାକି କବାଟ କିଳି କଲେ ଆକ୍ରମଣ, ପୋଲିସ ମାମଲା ରୁଜୁ କରି ଚୁପ

ଭଦ୍ରକ : ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଲେ ବାବୁଙ୍କର ହେଉଛି ଜଳା ପୋଡା । ବର୍ଷ ବର୍ଷ ଧରି ତଥ୍ୟ ନଦେଇ ବାବୁ ଗଡାଇ ଚାଲିଛନ୍ତି ଦିନ ପରେ ଦିନ ଆଉ ତାରିଖ ପରେ ତାରିଖ । ଆଉ ସୂଚନା କର୍ମୀଙ୍କୁ ତଥ୍ୟ ପ୍ରଦାନ କରିବାକୁ ଡାକି କାର୍ଯ୍ୟଳୟ ପରିସର ମଧ୍ଯରେ ସରକାରୀ ଗୁଣ୍ଡା ସାହାଯ୍ୟରେ ହେଉଛି ମରଣାତ୍ମକ ଆକ୍ରମଣ । ଏମିତି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ପରିସର ମଧ୍ୟରେ ।

ସୂଚନା କର୍ମୀ ହେଉଛନ୍ତି ଜଣେ କର୍ତ୍ତବ୍ୟରତ ସାମ୍ବାଦିକ । ଆଉ ଯେଉଁ ସାମ୍ବାଦିକଙ୍କ ପ୍ରତି ରାଜ୍ୟ ସରକାର ଆଣିଛନ୍ତି ଅନେକ ସୁରକ୍ଷା ଯୋଜନା ଆଇନ । ହେଲେ ସାମ୍ବାଦିକଟି ବଳି ପଡିଯାଉଛି ସରକାରଙ୍କ ସରକାରୀ କଳ ପାଖରେ । ଏହି ବ୍ଲକ ଅଧିନରେ ରହିଛି ବରୁଣ୍ଡିଆ ଗ୍ରାମ ପଞ୍ଚାୟତ । ଯେଉଁ ପଞ୍ଚାୟତରେ ରହିଛି ଲକ୍ଷଧିକ ଟଙ୍କାର ଗଣ୍ଡା ଗଣ୍ଡା ଦୁର୍ନୀତି । ଆଉ ଦୁର୍ନୀତିରେ ସାମିଲ ରହିଛନ୍ତି ବ୍ଲକର ଉପରୁ ତଳ ସମସ୍ତ ସରକାରୀ କର୍ମଚାରୀ ।

ଫଳକ ଉପରେ ଫଳକ ମାରି ଲୁଟି ଦେଇଛନ୍ତି ପଂଚାୟତ ରାଜକୋଷରୁ ସରକାରୀ ଅର୍ଥ । ଏସବୁ ଦୁର୍ନୀତିକୁ ଲୋକଲୋଚନକୁ ଆଣିବା ପାଇଁ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଥିଲେ ଫୋକସ ପ୍ଲସ  ଭଦ୍ରକ ଜିଲ୍ଲାର ସ୍ୱତନ୍ତ୍ର ପ୍ରତିନିଧି ପ୍ରମୋଦ ରାଉତ । ହେଲେ ବର୍ଷ ବର୍ଷ ବିତିଯାଇଥିଲେ ସୁଦ୍ଧା ଶ୍ରୀ ରାଉତଙ୍କୁ ମିଳୁନାଥିଲା ତଥ୍ୟ । ବ୍ଲକର ବିଡ଼ିଓଙ୍କ ଅବଗତି ପରେ ବିଡ଼ିଓଙ୍କ ନିର୍ଦେଶ କ୍ରମେ ବ୍ଲକର ଗ୍ରାମ ପଂଚାୟତ ସମ୍ପ୍ରସାରଣ ଅଧିକାରୀ ୨୨/୦୬/୨୨ ରେ ବ୍ଲକରେ ଆସି ଅପରାହ୍ନ ୪ଟା ସମୟରେ ପହଂଚି ପ୍ରଥମ ଅପିଲ କୋର୍ଟରେ ପହଂଚିବା ପାଇଁ ଶ୍ରୀ ରାଉତଙ୍କୁ ଚିଠି କରିଥିଲେ । ଶ୍ରୀ ରାଉତ ପହଁଚି ଥିଲେ ବ୍ଲକରେ ଆଉ ଅଧିକାରୀଙ୍କ ପାଖରେ ବସିଥିଲେ ତଥ୍ୟ ମଗାଯାଇଥିବା ପଂଚାୟତର ପିଇଓ ସୂର୍ଯ୍ୟକାନ୍ତ ମଲିକ । ଆଉ ସୂଚନା ଦେବା ପରିବର୍ତ୍ତେ ଜିପିଓଙ୍କ କାର୍ଯ୍ୟଳୟର କବାଟ ବନ୍ଦ କରି ସାମ୍ବାଦିକ ଶ୍ରୀ ରାଉତଙ୍କୁ ସୂର୍ଯ୍ୟକାନ୍ତ ମଲିକ କରିଥିଲେ ମରଣାତ୍ମକ ଆକ୍ରମଣ । ଏମିତି କି ଜୀବନରୁ ମରିଦେବାକୁ କରିଥିଲେ ପ୍ରୟାସ । ଏନେଇ ବାସୁଦେବପୁର ଥାନାରେ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ଚୁପ ବସିବା ପୁଲିସ ଭୂମିକା ଉପରେ ସନ୍ଦେହ ସୃଷ୍ଟି କରିଛି । ସାମ୍ବାଦିକଙ୍କ ଯଦି ଏମିତି ଅବସ୍ଥା ତା’ହେଲେ ସାଧାରଣ ଲୋକଙ୍କୁ ପଚାରେ କିଏ ? ଦେଖିବାକୁ ବାକି ରହିଲା କ’ଣ ରହୁଛି ବିଡ଼ିଓ ମହାଶୟଙ୍କ ପଦକ୍ଷେପ ।

 

Leave a Reply

Your email address will not be published. Required fields are marked *