ଭଦ୍ରକରୁ ୪ ଡକାୟତ ଗିରଫ

ଭଦ୍ରକ : ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ଗତକାଲି ବିଳମ୍ବିତ ରାତିରେ ପାଟ୍ରୋଲିଂ କରୁଥିବା ବେଳେ ଆରଡି ଛକ ସାମରାଇପୁର ନିକଟରୁ ୪ ଜଣ ଦୁର୍ଦ୍ଦାନ୍ତ ଡକାୟତଙ୍କୁ ଧରିବାରେ ସଫଳ ହୋଇଛି ।

ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ଗତକାଲି ବିଳମ୍ବିତ ରାତିରେ ପାଟ୍ରୋଲିଂ କରୁଥିବା ବେଳେ ଆରଡି ଛକ ସାମରାଇପୁର ନିକଟରେ ୪ ଜଣ ଡକାୟତ ଦଳକୁ ଭେଟିଥିଲେ । ସେମାନେ ୩ଟି ମୋଟରସାଇକେଲରେ ଆସିଥିବା ବେଳେ ହାତରେ ମାରଣାସ୍ତ୍ର ରହିଥିଲା । ସେମାନେ ଡକାୟତି କରିବା ପାଇଁ ପ୍ରସ୍ତୁତି ହେଉଥିବା ବେଳେ ପୁଲିସ କୌଶଳ କରି ସେମାନଙ୍କୁ କାବୁ କରିଥିଲା । ପରେ ପୁଲିସ ସେମାନଙ୍କୁ ନେଇ ସେମାନଙ୍କର ଘର ତଲାସୀ କରିବାରୁ ସେମାନଙ୍କ ଠାରୁ ୫ଟି ମୋଟରସାଇକେଲ, ବହୁ ମାରଣାସ୍ତ୍ର, ଟିଭି, ଡିଜେ ମେସିନ, ୨ଟି ମୋଟର ପମ୍ପ ଜବତ କରିଥିଲା । ଆଜି ଏହି ୪ ଡକାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିକାରୀ ପ୍ରକାଶ କରିଛି । ଏହି ଗ୍ୟାଙ୍ଗରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି ସେମାନଙ୍କ ସଂପର୍କରେ ତଦନ୍ତ ଜାରି ରହିଥିବାରୁ ଡକାୟତମାନଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଗୋପନ ରଖାଯାଇଛି ।

Leave a Reply

Your email address will not be published. Required fields are marked *