କଟକ ଜିଲ୍ଲାପାଳଙ୍କ ନାମରେ ଫେକ୍‌ ଆକାଉଣ୍ଟ : ସାଇବର ଥାନାରେ ଏତଲା

କଟକ : କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ନାମରେ ଖୋଲାଯାଇଛି ଫେକ୍‌ ଆକାଉଣ୍ଟ । କେହି ଦୁବୃର୍ତ୍ତ ଫେକ୍‌ ହ୍ବାଟସ୍‌ ଆପ୍‌ ଆକାଉଣ୍ଟ ଖୋଲି ଇ-କାର୍ଡ ଜରିଆରେ ସପିଂ କରିବା ପାଇଁ ବିଭିନ୍ନ ମୋବାଇଲ ନମ୍ବରକୁ ହ୍ବାଟସ୍‌ ଆପ୍‌ ଜରିଆରେ ମେସେଜ୍‌ କରୁଛି । ଏ ନେଇ ଜିଲ୍ଲାପାଳଙ୍କ ପକ୍ଷରୁ ସାଇବର୍‌ ଥାନାରେ ଅଭିଯୋଗ କରାଯାଇଥିବା ଜଣାପଡ଼ିଛି ।

କଟକ ଜିଲ୍ଲାପାଳଙ୍କ ନାମରେ ୭୬୯୬୯୧୮୧୫୧ ନମ୍ବର୍‌ ଜରିଆରେ ଜାଲ ହ୍ଵାଟ୍ସ ଆପ୍‌ ଆକାଉଣ୍ଟ ସୃଷ୍ଟି କରାଯାଇ ଏହା ମାଧ୍ୟମରେ ଭ୍ରମାତ୍ମକ ତଥ୍ୟ ପ୍ରଦାନ କରାଯାଉଥିବା ଜଣାପଡ଼ିଛି । କେହି ଜଣେ ବ୍ୟକ୍ତି ପ୍ରତାରଣାପୂର୍ବକ ଏଭଳି କାର୍ଯ୍ୟ କରୁଥିବା ଜିଲ୍ଲାପାଳଙ୍କ ନଜରକୁ ଆସିଛି । ଏହାକୁ ନେଇ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସାଇବର୍‌ ଥାନାରେ ଏତଲା ଦାୟର କରିବା ସହ ତୁରନ୍ତ ସମ୍ପୃକ୍ତ ବ୍ୟକ୍ତି ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୁଲିସ କମିସନର୍‌ ଓ ଡିସିପିଙ୍କୁ ଜଣାଇଛନ୍ତି । ଏହି ହ୍ଵାଟସ୍‌-ଆପ୍‌ ନମ୍ବର ମାଧ୍ୟମରେ ପ୍ରଦାନ କରାଯାଉଥିବା ତଥ୍ୟକୁ ଗ୍ରହଣ ନକରିବାକୁ ସେ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି । ଅନ୍ୟପଟେ ଏଭଳି ଫେକ୍‌ ଆକାଉଣ୍ଟ ଠାରୁ ନିଜକୁ ଦୂରେଇ ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଟୁଇଟର୍‌ ମାଧ୍ୟମରେ ସୂଚିତ କରାଯାଇଛି ।

Leave a Reply

Your email address will not be published. Required fields are marked *