ବାଲିଆପାଳ : ଏକତାର ଶକ୍ତି କାହିଁ କେତେ,ଏହା ମଜବୁତ ହେଲେ ଅସମ୍ଭବ କାର୍ଯ୍ୟକୁ ମଧ୍ୟ ସମ୍ଭବ କରାଯାଇ ପାରିବ । ଏଥିପାଇଁ ପ୍ରତ୍ୟେକଙ୍କୁ କିଛି ମାତ୍ରାରେ ସ୍ୱାର୍ଥ ତ୍ୟାଗ କରିବାକୁ ପଡିବ, ମହାଜାତୀୟ ଭାବନାରେ ଉଦବୋଧ ହେବାକୁ ପଡିବ ବୋଲି ରବିବାର ବାଲିଆପାଳ ଶାରୀରିକ ଶିକ୍ଷା ମହାବିଦ୍ୟାଳୟର ସଭା ଗୃହରେ ଦୈନିକ ଅପରାହ୍ନର ଅନୁଷ୍ଠିତ ସାମ୍ବାଦିକ ଏକତା ଓ ବନ୍ଧୁ ମିଳନ ଉତ୍ସବରେ ଅତିଥିମାନେ ଯୋଗଦେଇ ଉପରୋକ୍ତ ମତବ୍ୟକ୍ତ କରିଛନ୍ତି । ଅପରାହ୍ନ ସମ୍ପାଦକ ବଂଶୀଧର ଜେନାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ବରିଷ୍ଠ ସାମ୍ବାଦିକ ରାମଚନ୍ଦ୍ର ଦେବ, ପ୍ରକାଶିକା ଲଷ୍ମୀପ୍ରିୟା ଦାସ, ଅଧ୍ୟାପକ ସୁକାନ୍ତ ଗିରି, ବରିଷ୍ଠ ସାମ୍ବାଦିକ ଅଜୟ କୁମାର ସାହୁ, ବୈଦ୍ୟୁତିକ ଗଣ ମାଧ୍ୟମ ସାମ୍ବାଦିକ ଦିଲ୍ଲିପ କୁମାର ଦାସ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ । ସାମ୍ବାଦିକ ପ୍ରତାପ କୁମାର ପାତ୍ର, ପ୍ରଫୁଲ୍ଲ କୁମାର ପାତ୍ର, ରବି ରଞ୍ଜନ ତ୍ରିପାଠୀ, ଗୋପାଳ ଚନ୍ଦ୍ର ସାହୁ, ଦୀନବନ୍ଧୁ ପ୍ରଧାନ, ସନ୍ୟାସୀ ବେହେରା, ସୁବଳ ଚନ୍ଦ୍ର ଦାସ, ବୀର ମାଧବ ଦାସ ପ୍ରମୁଖ ସାମ୍ବାଦିକ ଏକତା ଉପରେ ମତାମତ ରଖିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଗୋପ ନାରାୟଣ ଜେନା, ଦିଲ୍ଲୀପ ଦାସ, ପ୍ରଭାତ କୁମାର ଦାସ, ପ୍ରକାଶ ଚନ୍ଦ୍ର ପ୍ରଧାନ, ଚନ୍ଦନ ଜେନା, ପଙ୍କଜ ସାହୁ, ପ୍ରଦୀପ କୁମାର ଜେନା, ରାଜ କିଶୋର ପାତ୍ର, ମନୋରଞ୍ଜନ ପାଣିଗ୍ରାହୀ, ଲଷ୍ମୀଧର ପ୍ରଧାନ, ଚନ୍ଦନ କୁମାର ଅଣ୍ଡିଆ, ସାଗର ପଟନାୟକ, ହରେକୃଷ୍ଣ ଦାସ, ଅଶୋକ କୁମାର ଜେନା ପ୍ରମୁଖ ସାମ୍ବାଦିକ ଏଥିରେ ଅଂଶଗ୍ରହଣ କରିଥିଲେ । ଅପରାହ୍ନର ଜ୍ୟୋତିର୍ମୟୀ ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ ।
