ସୋର : ସୋର ଉତ୍ତରେଶ୍ବର ଠାରେ ଥିବା ଏକ ହୋଟେଲ୍ରେ ଜୁଆ ଖେଳ ଚାଲିଥିବାବେଳେ, ପୁଲିସ ଚଢ଼ଉ କରି ୯ ଜଣଙ୍କୁ ଗିରଫ କରିଛି । ଚମକାଇବା ଭଳି ତଥ୍ୟ ହେଉଛି ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଶିକ୍ଷକ, ସରକାରୀ କର୍ମଚାରୀ, ରାଜନେତା ଓ ପ୍ରତିଷ୍ଠିତ ବ୍ୟବସାୟୀ ଅଛନ୍ତି ।
ସେମାନଙ୍କ ନିକଟରୁ ୧ ଲକ୍ଷ ୨ ହଜାର ୪୪୨ ଟଙ୍କା, ୩ଟି ବାଇକ୍ ଓ ୯ଟି ମୋବାଇଲ୍ ଜବତ ହୋଇଛି । ଧରାପଡ଼ିଥିବା ଜୁଆଡ଼ିମାନେ ହେଲେ; ସିମୁଳିଆ ଥାନା ଜାମୁଝାଡ଼ି ଗ୍ରାମର ପୀତାମ୍ବର ପ୍ରଧାନ (୪୦), ଜ୍ଞାନେନ୍ଦ୍ର କୁମାର ସାହୁ (୪୩), ରଂଜନ କୁମାର ବିଶ୍ବାଳ (୩୫), ଔପଦା ଥାନା ଡିଇଁପୁରା ଗ୍ରାମର ବିନୟ କୁମାର ପଟ୍ଟନାୟକ (୪୫), ନୀଳାଦ୍ରିପୁର ଗ୍ରାମର କଳ୍ପତରୁ ରାଉତ (୨୯), ସୋର ଥାନା ବ୍ରହ୍ମପୁର ଗ୍ରାମର ରଘୁନାଥ ପରିଡ଼ା (୪୨), ମହୁମୁହାଁଣ ଗ୍ରାମର ସନାତନ ପ୍ରଧାନ (୩୨), ମଙ୍ଗଳପୁର ନରସିଂହ ନଗରର ନିରଂଜନ ବିଶ୍ବାଳ (୨୭) ଓ ଖଣ୍ତାସାହି ଗ୍ରାମର ନାରାୟଣ ଧଡ଼ା (୨୪) । ଏ ନେଇ ପୁଲିସ କେସ୍ ନଂ ୩୦୫/୨୨ରେ ଏକ ମାମଲା ରୁଜୁ କରି ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି । ଜାମିନ ନାମଞ୍ଜୁର ହେବାରୁ ୯ ଜଣ ଜେଲ୍ ହାଜତକୁ ଯାଇଛନ୍ତି । ଥାନା ଆଇଆଇସି ସୁଜାତା ଖମାରୀଙ୍କ ନେତୃତ୍ବରେ ଏହି ଚଢ଼ଉ ହୋଇଥିବା ବେଳେ ଏଏସ୍ଆଇ ପ୍ରତାପ କାଲୋ ଓ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ ।
