ବାଲିଆପାଳ : ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ କୁଣ୍ଡୁଳି ଗ୍ରାମ ପଞ୍ଚାୟତ ଇଣ୍ଡପଡ଼ା ଏକ ନମ୍ବର ଅଙ୍ଗନବାଡି କେନ୍ଦ୍ରରେ ପିଲାମାନଙ୍କୁ ନିମ୍ନ ମାନର ଖାଦ୍ୟ ଖାଇବାକୁ ଦିଆଯାଉଛି ବୋଲି ଅଭିଯୋଗ ହେଉଛି । ଅଭିଯୋଗ କାରି ହେଉଛନ୍ତି ସେହି ଅଙ୍ଗନବାଡିରେ ପଢ଼ୁଥିବା ପିଲାର ଅଭିଭାବକ, ୱାର୍ଡ ମେମ୍ବର ଓ ଗ୍ରାମର ଲୋକେ । ଯେଉଁଠି ପାଠ ପଢା ହେଉଛି ସେଇଠି ରୋଷେଇ ହେଉଛି । ପ୍ରଦୀପ କୁମାର ଦାସ ପିଲାଟିକୁ ଆଣିବାକୁ ଯାଇଥିଲେ, ଦେଖିବାକୁ ପାଇଲେ ଅଙ୍ଗନବାଡିରେ ବର୍ତ୍ତମାନ ଯୋଗରେ ଗ୍ୟାସ ବଦଳରେ ନଡ଼ିଆ ଗଛର ବାହୁରେ ରୋଷେଇ ହେଉଛି । ପିଲାମାନେ ଧୂଆଁରେ ଆଉଟୁ ପାଉଟୁ ହେବା ଦେଖି ଗ୍ରାମରେ କିଛିଲୋକ ଓ ୱାର୍ଡ ମେମ୍ବରଙ୍କୁ ଡାକିଥିଲେ । ରୋଷେଇ ହେଉଥିବା ସାମଗ୍ରୀ ଭିତରେ ୨୦୦ ଗ୍ରାମ ଆଳୁ, ପିଆଜ ଦେଖାନାହିଁ, ସ୍ୱିୟାବୀନ ବଡି କୁଡ଼ିଏ ରୁ ତିରିଶ ଟା, ପଚାଶ ଗ୍ରାମ ରାଇତେଲା, ଅଦା ରସୁଣ ଖୋଜା ଖୋଜି ପରେ ବି ମିଳିଲା ନାହିଁ । ହଳଦୀ ମିଶା ଗରମ ପାଣି ଗୋଟିଏ ପିସ ସ୍ୱିୟାବୀନରେ ପିଲାମାନଙ୍କୁ ଖାଇବାକୁ ଦେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ପାଇଖାନା ଅଛି କିନ୍ତୁ ବ୍ୟବହାର ହେଉନାହିଁ ଯଦିବା ବ୍ୟବହାର ହେଉଛି ରୋଷେଇ ପାଇଁ ଜାଳେଣି ରଖିବାରେ । ପିଲାମାନଙ୍କୁ ଯେଉଁ ଶୁଖିଲା ଖାଦ୍ୟ ଦିଆଯାଏ ଅଙ୍ଗନବାଡି ଦିଦିଙ୍କ ଘରକୁ ଯିବାପାଇଁ ପଡିବ, କେତେ ପିଲା ପାଠ ପଢୁଛନ୍ତି, ପିଲାର ଅଭିଭାବକ କେତେ ଜଣ ଲିଷ୍ଟ ମାଗିବାରୁ ଅଙ୍ଗନବାଡି ଦିଦି କିମ୍ବା ସୁପରଭାଜର କେହି ଲିଷ୍ଟ ଦେଉନାହାନ୍ତି । ଯେକୌଣସି କଥା ପଚାରିଲେ କହିବେ ସିଡିପିଓକୁ ପଚାର ମୁଁ ଜାଣେନାହିଁ । ଆପଣମାନେ ଭାବନ୍ତୁ ଯଦି ସବୁ କଥାରେ ସିଡିପିଓକୁ ପଚାରିବା ତା’ହେଲେ ଅଙ୍ଗନବାଡି ଦିଦି କ’ଣ କରିବେ ଖାଲି ଅଣ୍ଡା ଦେବେ ? ଦିଦି କହୁଛନ୍ତି ସରକାର ଯାହା ଦେଉଛନ୍ତି ମୁଁ ଦେଉଛି, ତୁମେ କିଛି ଜାଣ ନାହିଁ ।
