ରାଶିଫଳ

ମେଷ : ଦିନଟି ଅନ୍ୟମାନଙ୍କର ସେବା ସତ୍କାରରେ ବିତିବ । ଲୋକେ ଆପଣଙ୍କ ପ୍ରତି ଯଥେଷ୍ଟ ପ୍ରଭାବିତ ହେବେ । ଅଫିସରେ ଆପଣଙ୍କ କାମର ଖୁବ୍ ପ୍ରଶଂସା ହେବ । ବଡ ସଫଳତା ଆପଣଙ୍କୁ ମିଳିବ ।

ବୃଷ : କୌଣସି ବି କାମ ତରବରରେ କରନ୍ତୁ ନାହିଁ । କାମ ପାଇଁ ଅଧିକ ଯାତାୟତ କରିବେ । ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ । କାର୍ଯ୍ୟ କ୍ଷେତ୍ରରେ ଛୋଟିଆ ଭୁଲକୁ ଅଣଦେଖା କରନ୍ତୁ ନାହିଁ ।

ମିଥୁନ : ବେପାରରେ ସାମାନ୍ୟ ଲାଭ ପାଇବେ । କ୍ୟାରିୟରକୁ ନେଇ ଗହନ ଚିନ୍ତାରେ ରହିବେ । କୌଣସି ବି କାମ ମନ ଲଗାଇ କଲେ ସଫଳତା ପାଇବେ । ପାରିବାରିକ ସୁଖ ବୃଦ୍ଧି ହେବ ।

କର୍କଟ : ଚାକିରି ବୃତ୍ତିରେ ଶୃଙ୍ଖଳା ଦେଖାଦେବ । ବକେୟା ଅର୍ଥ ପାଇବେ । ଘରକୁ ବନ୍ଧୁଙ୍କର ଆସିବା ଯିବା ଲାଗି ରହିବ । ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ । ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ ।

ସିଂହ : କାର୍ଯ୍ୟ କ୍ଷେତ୍ରେରେ ନୂଆ ବିଚାରରେ ସମାବେଶ ହେବ । ଆପଣଙ୍କର ଆତ୍ମବିଶ୍ୱାସ ବୃଦ୍ଧି ହେବ । ଯାତ୍ରା ଫଳପ୍ରଦ ହେବ । ରାଜନୀତି କ୍ଷେତ୍ରରେ ସଫଳତା ପାଇବେ । ସ୍ୱାସ୍ଥ୍ୟ ଭଲ ରହିବ ।

କନ୍ୟା : ବଡ ଅଧିକାରୀଙ୍କ ସହ ଭଲ ସମ୍ବନ୍ଧ ବଜାୟ ରଖନ୍ତୁ । କ୍ୟାରିୟରରେ ଉନ୍ନତି ଯୋଗ ଅଛି । ଜମି ସମ୍ବନ୍ଧରେ ଖୁସି ଖବର ପାଇବେ । ପୂର୍ବରୁ ନେଇଥିବା ନିଷ୍ପତ୍ତି ଆପଣଙ୍କୁ ଭଲ ଫଳ ଦେବ ।

ତୁଳା : ନୂଆ ବ୍ୟବସାୟରେ ସଫଳତା ପାଇବେ । ପ୍ରତ୍ୟେକ ଲୋକ ଆପଣଙ୍କ କଥାକୁ ମନ ଧ୍ୟାନ ଦେଇ ଶୁଣିବେ । ଯେଉଁମାନେ ପ୍ରେମ କରୁଛନ୍ତି ସେମାନଙ୍କ ସମ୍ବନ୍ଧରେ ପ୍ରଗାଢତା ଆସିବ ।

ବିଛା : କୌଣସି କାମରେ ଜୀବନସାଥୀର ସହଯୋଗ ପାଇବେ । ଆର୍ଥିକ କ୍ଷେତ୍ରରେ ସ୍ଥିରତା ବଜାୟ ରହିବ । ପରିବାରରେ ସୁଖଦ ବାତାବରଣ ରହିବ । ବ୍ୟବସାୟରେ ଆଶାଜନକ ଫଳ ପଇବେ ।

ଧନୁ : ବନ୍ଧୁମାନଙ୍କ ସହ ମିଳାମିଶା ବଢିବ । କାମରେ ଭାଇ ଭଉଣୀର ସହଯୋଗ ପାଇବେ । ପାରିବାରିକ ଜୀବନ ସୁଖମୟ ହେବ । ସନ୍ତାନ ଆପଣଙ୍କ କଥାରେ ପ୍ରଭାବିତ ହେବେ ।

ମକର : ଦିନଟି ପୂର୍ବ ଅପେକ୍ଷା ଭଲ ହେବ । ଚାକିରିରେ ପଦୋନ୍ନତି ଯୋଗ ଅଛି । ବିଶେଷ କାମରେ ପରିବାର ଲୋକଙ୍କ ସାହାଯ୍ୟ ପାଇବେ । ବିଶିଷ୍ଟ ବ୍ୟକ୍ତିଙ୍କ ମତ ଫଳପ୍ରଦ ସାବ୍ୟସ୍ତ ହେବ ।

କୁମ୍ଭ : ଶିକ୍ଷଣୀୟ ସଂସ୍ଥା କ୍ଷେତ୍ରରେ ଥିବା ଲୋକଙ୍କୁ ଲାଭ ମିଳିବ । ବ୍ୟବସାୟ ସମ୍ମେଳନରେ ଆପଣଙ୍କ କଥା ରଖିବେ । ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ପଦୋନ୍ନତି ହେବ ।

ମୀନ : କାମରେ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ଲାଭ ଦେବ । କୌଣସି ଜଟିଳ ସମସ୍ୟାର ସମାଧାନ କରିବାରେ ସଫଳ ହେବେ । ଛାତ୍ରଙ୍କ ଲାଗି ଦିନଟି ଭଲ । ପ୍ରେମ ଜୀବନ ଭଲ ରହିବ ।

Leave a Reply

Your email address will not be published. Required fields are marked *