ଦେଭୋଗ ସେବା ସମବାୟ ସମିତିର ନୂତନ ସଦସ୍ୟଙ୍କୁ ସମ୍ବନ୍ଧନା

ବାଲିଆପାଳ : ବାଲିଆପାଳ ବ୍ଲକ ଦେଭୋଗ ସେବା ସମବାୟ ସମିତିର ନୂତନ ସଦସ୍ୟଙ୍କୁ କଂଗ୍ରେସ ଦଳ ତରଫରୁ ସମିତି କାର୍ଯ୍ୟାଳୟ ପରିସରରେ ସମ୍ବର୍ଦ୍ଧିତ କରାଯାଇଛି । ରାମଚନ୍ଦ୍ର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଅତିଥି ଭାବେ ବାଲିଆପାଳ ପଞ୍ଚାୟତ ସମିତି ଅଧ୍ୟକ୍ଷା ରଞ୍ଜିତା ନାୟକ, ସମ୍ମାନିତ ଅତିଥି ଭାବରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଜନ ନାୟକ, ୨୪ ନଂ ଜୋନର ଜିଲ୍ଲା ପରିଷଦ ସଦସ୍ୟ ବାବାଜୀ ଦେହୁରୀ, ନିଖିରା ପଞ୍ଚାୟତର ପୂର୍ବତନ ସରପଞ୍ଚ ସପନ ଦାସ, ଦେଭୋଗର ପୂର୍ବତନ ସରପଞ୍ଚ ନରହରି ଜେନା ପ୍ରମୁଖ ଯୋଗଦେଇ ନୂତନ ସଦସ୍ୟମାନଙ୍କୁ ପୁଷ୍ପ ଗୁଛ ଓ ଓତରୀୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ ।

ସମିତିର ନୂତନ ସଦସ୍ୟ ଭାବେ ବୀର କିଶୋର ଭୁୟାଁ, ଶ୍ରୀମନ୍ତ ନାୟକ,
ଅଶୋକ ଜେନା, ଶିବ ପ୍ରସାଦ ଗିରି, ମୃତ୍ୟୁଞ୍ଜୟ ଗିରି, ଗଣେଶ ମାସନ୍ତ, ଦିବାକର ନନ୍ଦୀ, ରଂଜିତା ମାଣିକ, ଧନଂଜୟ ମାଝି, ଅନ୍ନପୂର୍ଣ୍ଣା ପ୍ରଧାନ, ହରେନ୍ଦ୍ର ନାଥ ଦାସ, ଗୋପାଳ କୃଷ୍ଣ ଦାସ ଓ ବିମଳ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ । ଶେଷରେ ହରେନ୍ଦ୍ର ପ୍ରଧାନ ଧନ୍ୟବାଦ ଦେଇଥିଲେ ।

Leave a Reply

Your email address will not be published. Required fields are marked *